ନେସ୍କୋ ନିର୍ବାହୀଯନ୍ତ୍ରୀଙ୍କୁ ମାଡ ଘଟଣାକୁ ୨୪ଘଣ୍ଟା ବିତିଲା, ଅଭିଯୁକ୍ତକୁ ଧରିବାରେ ବିଫଳ

ହାଟଡିହି, (ବିକାଶ ବିଶ୍ୱାଳ):ନେସ୍କୋର ନିର୍ବାହୀଯନ୍ତ୍ରୀଙ୍କୁ ମାଡ ଘଟଣାର ୨୪ଘଣ୍ଟା ପରେବି ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛି ପୁଲିସ । ଏନେଇ ବିଦ୍ୟୁତ ବିଭାଗ ହାଟଡିହି ସେକ୍ସନର କନିଷ୍ଠଯନ୍ତ୍ରୀ ମାନସ ମହାନ୍ତିଙ୍କ ଅଭିଯୋଗ କ୍ରମେ ପୁଲିସ ନନ୍ଦିପଦା ଥାନା କେସନଂ ୧୭୫/୨୦୨୦ରେ ଏକ ମାମଲା ରୁଜୁକରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବାବେଳେ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇପାରିନି । ଅନ୍ୟ ପକ୍ଷରେ ଗୁରୁତର ଆହତ ନିର୍ବାହୀଯନ୍ତ୍ରୀ ଚିତ୍ତରଞ୍ଜନ ମିସ୍ତ୍ରୀଙ୍କୁ ଭୁବନେଶ୍ୱର ଅଶ୍ୱିନୀ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଆଜି ବିଦ୍ୟୁତ ବିଭାଗର ଉଚ୍ଚ କର୍ତ୍ତୁପକ୍ଷ ଆନନ୍ଦପୁରରେ ପହଞ୍ଚି ଏନେଇ ଏକ ସମୀକ୍ଷା ବୈଠକ କରି ସବିଶେଷ ଆଲୋଚନା କରିଥିବା ଜଣାଯାଇଛି । ଯଦି ଦୁଇଦିନ ଭିତରେ ଅଭିଯୁକ୍ତକୁ ଗିରଫ କରାନଯାଏ ତେବେ ନେସ୍କୋର ଇଞ୍ଜିନିୟରିଂ ଆସୋସିଏସନ ଓ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ବିଦ୍ୟୁତ ବିଭାଗର ନିର୍ବାହୀଯନ୍ତ୍ରୀ ଚିତ୍ତରଞ୍ଜନ ମିସ୍ତ୍ରୀ, କନିଷ୍ଠଯନ୍ତ୍ରୀ ମାନସ ମହାନ୍ତି ସେମାନଙ୍କର ଅନ୍ୟ କର୍ମଚାରୀ ମାନଙ୍କୁ ଧରି ନନ୍ଦିପଦା ଥାନା ଅଣାଛକ କେନାଲ ନିକଟରେ ରହୁଥିବା ବାସନ୍ତୀ ମହାପାତ୍ରଙ୍କ ଘରକୁ ବକେୟା ବିଦ୍ୟୁତ ଶୁଳ୍କ ଆଦାୟ କରିବାପାଇଁ ଯାଇଥିଲେ । ତାଙ୍କର ୭୩ହଜାର ବାକି ଥିବାରୁ ସେମାନେ ତାଙ୍କୁ ୫୦ଭାଗ ବକେୟା ଶୁଳ୍କ ଦେବାକୁ ମାଗିଥିଲେ । ଏନେଇ ବାସନ୍ତୀଙ୍କ ସ୍ୱାମୀ ଘନଶ୍ୟାମ ମହାପାତ୍ରଙ୍କ ସହିତ କଥାବର୍ତ୍ତା ହେଉଥିବାବେଳେ ବକେୟା ଟଙ୍କା ନଦେବାରୁ ନିର୍ବାହୀଯନ୍ତ୍ରୀ ବିଦ୍ୟୁତ ସଂଯୋଗ ବିଛିନ୍ନ କରିବାକୁ କହିଥିଲେ । ଏହି ସମୟରେ ଘନଶ୍ୟାମଙ୍କ ପୁଅ ଅନିଲ ଏଥିରେ ଉତକ୍ଷିପ୍ତ ହୋଇ ଏକ କାଠଫାଳିଆ ସାହାଯ୍ୟରେ ନିର୍ବାହୀଯନ୍ତ୍ରୀଙ୍କୁ ଆକ୍ରମଣ କରିଥିଲା । ଫଳରେ ନିର୍ବାହୀଯନ୍ତ୍ରୀ ଚିତ୍ତରଞ୍ଜନ ମିସ୍ତ୍ରୀ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ