ନେସ୍କୋ ପାଓ୍ବାର ଏମ୍ପଲୟଜ୍ : ରାଇରଙ୍ଗପୁର ୟୂନିୟନ ତରଫରୁ ବିଶ୍ୱ ଶ୍ରମିକ ଦିବସ ପାଳିତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମଇ ୧ ତାରିଖ ଦିନ ୧୮୯୦ ମସିହାରୁ ସାରା ବିଶ୍ୱରେ ବିଭିନ୍ନରାଷ୍ଟ୍ର ଏବଂ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଶ୍ରମିକ ଦିବସ ପାଳନ କରାଯାଉଛି ।ଯେତେ ସବୁ ଅନ୍ତର୍ଜାତୀୟ ଦିବସ ପାଳନ କରାଯାଉଛି ସେଥିମଧ୍ୟରୁ ମଇ ଶ୍ରମିକ ଦିବସ ତା’ର ସ୍ୱତନ୍ତ୍ରତା ବିପ୍ଳବୀ ପରଂପରା ବଜାୟ ରଖିଛି । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ ପରିସରରେ ନେସ୍କୋ ପାଓ୍ବାର‌ ଏମ୍ପଲୟଜ ୟୂନିୟନ, ରାଇରଙ୍ଗପୁର ଆନୁକୂଲ୍ୟରେ ବିଶ୍ବ ଶ୍ରମିକ ଦିବସ ପାଳିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ସର୍କଲ ସେକ୍ରେଟାରୀ ଅଶ୍ବିନୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକ ପତାକା ଉତ୍ତୋଳନ କରିଥିଲେ ଦୁନିଆଁର ଶ୍ରମିକ ଏକ ହୁଅ,ଶ୍ରମିକ ଏକତା ଜିନ୍ଦାବାଦ, ନେସ୍କୋ ପାଓ୍ବାର‌ ଏମ୍ପଲୟଜ ୟୂନିଅନ, ରାଇରଙ୍ଗପୁର ଜିନ୍ଦାବାଦ ନାରାରେ‌ ପ୍ରକମ୍ପିତ ହୋଇଥିଲା ସ୍ଥାନଟି।ବିଦ୍ୟୁତ ଶ୍ରମିକମାନେ ନିଷ୍ଠାର‌ ସହ କର୍ତ୍ତବ୍ୟ ସମ୍ପାଦନ କରିବା,କାମ ସମୟରେ ନିଜର‌ ସୁରକ୍ଷା ଓ ନିରାପତ୍ତା ପ୍ରତି ଧ୍ୟାନ‌ଦେବା , ଗ୍ରାହକମାନଙ୍କୁ ଉଚିତ ସେବା ଯୋଗାଇ ଦେବା ଉଚିତ । ତଦସହ ନିଜର ସମସ୍ୟା,ଉଚିତ କାମକୁ ଉଚିତ ଦରମା ପାଇଁ ଲଢେଇ କରିବା ଦରକାର‌ । ବିଦ୍ୟୁତ ପ୍ରଶାସନକୁ ଉଚିତ ପ୍ରସ୍ତାବ ନେଇ ସମସ୍ୟାର‌ ସମାଧାନ‌ କରିଵା ପାଇଁ ସମସ୍ତ କର୍ମଚାରୀ ଐକ୍ୟବଦ୍ଧ ଭାବେ ଲଢିବା ଉଚିତ । ସମସ୍ତେ ନେସ୍କୋ ପାଓ୍ବାର‌ ଏମ୍ପଲୟଜ ୟୂନିୟନର ଛତା ତଳେ ଏକାଠି ହୋଇ ନିଜର ହକ ପ୍ରତି ଲଢିବା ଉଚିତ ବୋଲି ପରାମର୍ଶ ‌ଦେଇଥିଲେ ।ଏହି କାର‌୍ୟ୍ୟକ୍ରମରେ ଡିଭିଜନାଲ ସେକ୍ରେଟାରୀ ଦୁଲାଲ ରାୟ,ସବ ଡିଭିଜନାଲ ସେକ୍ରେଟାରୀ ଦୀପକ ମହାନ୍ତ , କୋଷାଧ୍ୟକ୍ଷ ରାଜେନ୍ଦ୍ର ମହାନ୍ତି, ଅମୀୟ ସ୍ବାଇଁ, କାଶୀନାଥ ମହାନ୍ତ,ବୀର ସିଂ, ଶ୍ୟାମସୁନ୍ଦର ପାତ୍ରଙ୍କ ସମେତ ବହୁ ବିଦ୍ୟୁତ ଶ୍ରମିକ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ