ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ସଂକଳ୍ପ ଓ ସିଦ୍ଧି କାର୍ଯ୍ୟକ୍ରମ

ହିଞ୍ଜିଳିକାଟ (ଶେଷଦେବ ସାହୁ) : ହିଞ୍ଜିଳିକାଟୁ ପୌରାଂଚଳ ପାଟଣା ସାହି ସ୍ଥିତ ପେସ୍ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ପକ୍ଷରୁ ନେହୁରୁ ଯୁବ କେନ୍ଦ୍ର, ବ୍ରହ୍ମପୁର ସହାୟତାରେ ସଂକଳ୍ପ ଓ ସିଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପେସ୍ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ପ୍ରବୀଣ କୁମାର ସେଠିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ବ୍ଳକ ପୋଡ଼ିଙ୍ଗି ସ୍ଥିତ ଶ୍ୟାମଳାଇ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ହରିହର ଚୌଧୁରୀ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ସୁନାନ୍ଥର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କରୁଣାକର ବାଡ଼ତ୍ୟା ଏବଂ ମୁଖ୍ୟ ବକ୍ତା ଭାବେ ପୁରୁଷୋତମପୁର ସ୍ଥିତ ତରାତାରିଣୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅରବିନ୍ଦ ପଣ୍ଡା ଯୋଗଦେଇ ନୂତନ ସଂସ୍କାର ପୂର୍ଣ୍ଣ ନବ ଭାରତ ନିର୍ମାଣରେ ଯୁବ ସାମଜର ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।ଭାରତ ସରକାରଙ୍କକ୍ରୀଡ଼ା ଓ ଯୁବ ମନ୍ତ୍ରାଳୟଦ୍ୱାରା ପ୍ରାୟୋଜିତ ନବ ନିର୍ମାଣ ଭାରତ ଅଭିଯାନ କାର୍ଯ୍ୟକ୍ରମ ଦ୍ୱାରା ଯୁବ ଶକ୍ତିର ଭୂମିକା ବିଷୟବସ୍ତୁ ସମ୍ପର୍କରେ ଆଲୋକପାତ କରାଯାଇଥିଲା । କାର୍ଯ୍ୟକ୍ରମକୁ ନେହୁରୁ ଯୁବ କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକ କୁମାର ନାୟକ ସଂଯୋଜନା କରଥିଲେ । ଓଁ ଶ୍ରୀ ସାରସ୍ୱତ ଏଜୁକେସନାଲ ଟ୍ରଷ୍ଟ ଶିକ୍ଷା ପ୍ରତିଷ୍ଠାନର ସମ୍ପାଦକ ଚିନ୍ତାମଣି ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କାହ୍ନୁ ଚରଣ ଭୁୟାଁ, ଜୁଗୁନୁ ଲାଲ, ଆକାଶ, ସୋମନାଥ, ବିକାଶ, ଚନ୍ଦନ, ସାବିତ୍ରୀ, ରିତୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ