ନେହୁର ଯୁବ କେନ୍ଦ୍ର ପକ୍ଷରୁ ପ୍ରଶିକ୍ଷଣ ଶିବିର
ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ପୁରୀ ଜିଲ୍ଲା ନେହୁର ଯୁବକେନ୍ଦ୍ର ପକ୍ଷରୁ ଏକ ତିନି ଦିନ ଧରି ଯୁବ ନେତୁତ୍ୱ ଓ ବିକାଶ ଶୀର୍ଷକ ପ୍ରଶିକ୍ଷଣ ଶିବିର କୋଣାର୍କ ସ୍ଥିତ ଅର୍ବାନହାଟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି ।ଏହି କାର୍ଯକ୍ରମରେ ମୂଖ୍ୟଅତିଥି ଭାବେ ଜବାହାର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଡି.ମାଲେଶ୍ୱର ରାଓ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ଓ ଉଦଘାଟନ କରିଥିଲେ । ଫେଣ୍ଡସ କ୍ଳବର ସଭାପତି ଓ ସମାଜସେବୀ ରାମକୃର୍ଷ୍ର ମହାନ୍ତିଙ୍କ ଓ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେବା ସହ ପ୍ରଶିକ୍ଷଣ ଶିବିରରେ ସ୍ୱାମୀ ବିବେକାନନ୍ଦ ଆଦର୍ଶରେ ଅନୁପ୍ରାଣୀତ ହୋଇ ସମାଜର ହିତ ସାଧନ କରିବା ପାଇଁ ଆହ୍ୱାନ ଦେବା ସହ ସରକାରୀ ଯୋଜନା ,ସାମାଜିକ ବ୍ୟାଧି , ଭୋଟଦେବା ଅଧିକାର , ସ୍ୱାସ୍ଥ ପରିମଳ ଉପରେ ଯୁବକ ଯୁବତୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଦିଲ୍ଲୀପ କୁମାର ନାୟକ , ଦିଲ୍ଲୀପ ଜେନା , ମାନସ କୁମାର ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ ।


