ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଫିଟ୍ ଇଣ୍ଡିଆ ଅଭିଯାନ

ଯୋଡ଼ା,(ଯୁଗାଦ୍ଦନ୍ୟୁଜ)- କେନ୍ଦୁଝର ଜିଲା ଯୋଡା ବ୍ଲକ କାର‌୍ୟ୍ୟାଳୟରୁ ଶନିବାର ଦିନ କେନ୍ଦ୍ର ଯୁବ ମନ୍ତ୍ରଣାଳୟ ଓ କ୍ରୀଡା ବିଭାଗ ପକ୍ଷରୁ ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ଫିଟ୍ ଇଣ୍ଡିଆ ଅଭିଯାନ ଆରମ୍ଭ କରାଯାଇଛି । ଏଥିରେ ଯୁବତୀଯୁବକମାନେ ସାମିଲ ହୋଇ ଏକ ସାଇକେଲ ରାଲି ମାଧ୍ୟମରେ ଫିଟ୍ ଇଣ୍ଡିଆ ଅଭିଯାନ ଆରମ୍ଭ କରିଛନ୍ତି । ଏଥିରେ ଅତିଥି ଭାବେ ପ୍ରଗତି ସହାୟତା ଅଧିକାରୀ ଶମ୍ଭୁନାଥ ସାଏ, ଯୋଡା ବ୍ଲକ ବିପିଏମ ଅଧିକାରୀ ଦିବାକର ମାଝି, ଜିପିଓ କାହ୍ନୁ ମାଝି, ଏପିଓ ଭୀମସେନ୍ ମହାନ୍ତ, ଏକାଉନ୍ଟସ୍ ଅଧିକାରୀ ସତ୍ୟବ୍ରତ ମହାନ୍ତ, ଦିଓାଲର୍ଡ ଭିଜିଅନ୍ ର ସଭାପତି ସୁକାନ୍ତ ବାନା, ମୁଖ୍ୟ କିରାଣୀ ସାହେବ୍ ଅମାନ୍ତ ଓ ନେହେରୁ ଯୁବକେନ୍ଦ୍ରର ଯୋଡା ବ୍ଲକ ଜାତୀୟ ଯୁବ ସ୍ୱେଛାସେବୀ ମମତା ରାଣୀ ଓ ରୋଜାଲିନ୍ ମଲିକ୍ ପ୍ରମୁଖ କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ