ନେହେରୁ ଯୁବ କେନ୍ଦ୍ର ତରଫରୁ ସମ୍ବିଧାନ ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ତରଫରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ୁବ ଅଧିକାରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନୂଆଗଡ ବ୍ଲକ ଅନତ୍ରଗତ କେ.ଝାଲରସିଂ ଗ୍ରାମର “ଲଙ୍ଗଳେଶ୍ୱର” ଯୁବକ ସଂଘ ଓ ଖଜୁରୀପଦାର “ଶାସ୍ତ୍ରୀଜି” ଯୁବକ ସଂଘ ଦ୍ୱାରା ଭାରତୀୟ ସମ୍ବିଧାନ ଦିବସ ପାଳିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ପାଇକ ଓ ସମ୍ମାନିତ ଅତିଥି ରୂପେ ସମିତି ସଭ୍ୟ ଲକ୍ଷ୍ମୀ କାନ୍ତ ବେହେର୍ଦ୍ଦଳାଇ ଯୋଗଦେଇଥିଲେ । ଏଥି ଲାଗି ଏକ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏହା ସହ ଭାରତୀୟ ସମ୍ବିଧାନ ଦିବସ କାହିଁକି ଓ କିପରି ଏବଂ କେଉଁ କେଉଁ ମହାନ ବ୍ୟକ୍ତି ବିଶେଷ ମାନଙ୍କୁ ନେଇ ସମ୍ବିଧାନ ଗଠନ ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ସେହିପରି କାଶୀନଗର ବ୍ଲକର କିତିଙ୍ଗ୍ ଗ୍ରାମର ଗୋପିନାଥ ୟୁଥ କ୍ଲବ ସଦସ୍ୟ ମାନଙ୍କୁ ନେଇ ସମ୍ବିଧାନ ଦିବସ ପ୍ରାକ କଥନର କାନ୍ଥ ଲିଖନ କରିଥିବାବେଳେ ଗୋଷାଣୀ ବ୍ଲକର ଭୁଷୁକୁଡି ଗ୍ରାମରେ ଚାନ୍ଦାମା ୟୁଥ କ୍ଲବ ସଦସ୍ୟ ମାନଙ୍କୁ ନେଇ ଗ୍ରାମ ପରିକ୍ରମା କରାଯାଇଥିଲା । ଅନୁଷ୍ଠିତ ହୋଇଥିବା ବିଭିନ୍ନ ବ୍ଲକର କାର୍ଯ୍ୟକ୍ରମ ଗୁଡିକରେ କରୁଣାକର ବେହେରର୍ଦ୍ଦଳାଇ, ସୁଧାଂଶୁ ରଂଜନ ପାଣି, ଟି. ମୂରଲିକ୍ରିଷ୍ଣା, ଦିଲ୍ଲିପ ଗମାଙ୍ଗ, ଝୁମୁରି ଭୂୟାଁ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିବାବେଳେ କୋଭିଡ୍-୧୯ ନିୟମକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


