ନେହେରୁ ଯୁବ କେନ୍ଦ୍ର ପକ୍ଷରୁ “କ୍ଲିନ୍ ଇଣ୍ଡିଆ” କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, ( ତାରିଣୀ ପ୍ରସାଦ ପଣ୍ଡା ) – କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ନହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ଗଜପତି ଜିଲ୍ଲାର ୭ଗୋଟି ବ୍ଲକରେ “କ୍ଲିନ୍ ଇଣ୍ଡିଆ” କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଉକ୍ତ କାର୍ଯ୍ୟକ୍ରମଗୁଡିକ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ କରାଯାଉଛି । ନେହେରୁ ଯୁବ କେନ୍ଦ୍ରର ମୁଖ୍ୟ କାର୍ଯ୍ୟାଳୟ ଏବଂ ପାରଳାଖେମୁଣ୍ଡିର ରେଳଷ୍ଟେସନରେ ନେହେରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ, ଗଜପତି ଟ୍ରାନ୍ସ ଜେଣ୍ଡର ୟୁନିୟନର କର୍ମକର୍ତ୍ତା ଓ ରେଳଷ୍ଟେସନର କର୍ମକର୍ତ୍ତାଙ୍କ ମିଳିତ ଉଦ୍ୟେମରେ ରେଳ ଷ୍ଟେସନର ପରିସର ଅଞ୍ଚଳ ଗୁଡିକରେ ଅଦରକାରୀ ପ୍ଲାଷ୍ଟିକ୍ ସାମଗ୍ରୀ ସଂଗ୍ରହ କରି ପରିବେଶକୁ ସ୍ୱଚ୍ଛ ରଖିଥଲେ । ଠିକ୍ ସେହିପରି ନୂଆଗଡ ବ୍ଲକର ପି.ଅନ୍ତରଡା ଗ୍ରାମ ଠାରେ ଷ୍ଟାର୍ ଯୁବକ ସଂଘ ଏବଂ ସୁରଙ୍ଗି ଗ୍ରାମ ଠାରେ ହ୍ୱାଇଟ୍ ଷ୍ଟାର ଯୁବକ ସଂଘ ଦ୍ୱାରା ଏବଂ ମୋହନା ବ୍ଲକର ବଡସିନ୍ଧବା ଗ୍ରାମ ଠାରେ ଶ୍ରୀ କୃଷ୍ଣ ଯୁବକ ସଂଘ ଦ୍ୱାରା ଏବଂ ଗୋଷାଣୀ ବ୍ଲକର ମେଟୁରୁ ଗ୍ରାମ ଠାରେ ଅଙ୍ଗନବାଡି କେନ୍ଦ୍ର ଓ ଗୁରାଣ୍ଡି ଗ୍ରାମ ଠାରେ “ବିନାୟକ ଯୁବକ ସଂଘ” ଦ୍ୱାରା ଏବଂ କାଶୀନଗର ସହରର ହାଇସ୍କୁଲ ପରିସର, କେ.ସୀତାପୁର ଗ୍ରାମ ଠାରେ ଶକ୍ତି ଶାନ୍ତି ଯୁବକ ସଂଘ, ଗୁମ୍ମା ବ୍ଲକର ତୋଜଙ୍ଗ ଗ୍ରାମ ଠାରେ ନ୍ୟୁ ଆର୍କ ଯୁବକ ସଂଘ ତରଙ୍ଗଡା ଗ୍ରାମ ଠାରେ ଆଶା ଓ ମହିଳା ମାନଙ୍କ ଦ୍ୱାରା ଏବଂ ଆର୍.ଉଦୟଗରି ବ୍ଲକର ସନ୍ଧିଗାଁ ଠାର ସନ୍ଧିଗାଁ ଯୁବ ସଂଘ ଓ ଲୁହାକଣ୍ଟା ଗ୍ରାମ ଠାରେ ଲୁହା କଣ୍ଟା ଯୁବକ ସଂଘ ଦ୍ୱାରା କ୍ଲିନ୍ ଇଣ୍ଡିଆ କାର୍ଯ୍ୟକ୍ରମର ଭାଗ ହିସାବରେ ପ୍ରତ୍ୟେକ ଗ୍ରାମରେ ଫପଡା ଯାଉଥିବା ପ୍ଲାଷ୍ଟିକ୍ ସାମଗ୍ରୀ ତଥା ଅଦରକାରୀ ପ୍ଲାଷ୍ଟିକ ଗୁଡିକୁ ସଂଗ୍ରହ କରାଯାଇଥିଲା ।


