ନୋଟିସ୍ କୁ ନେଇ ଛାତ୍ର ଅଶାନ୍ତି

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସର ରେ ଛାତ୍ର ଓ ଅଧ୍ୟାପକ ମଧ୍ୟ ରେ କୌଣସି କାରଣକୁ ନେଇ ଯୁକ୍ତିତର୍କ ।ଯାହା ଫଳରେ ଛାତ୍ର ମାନେ କିଛି ସମୟ ପାଇଁ ଆନ୍ଦୋଳନ କୁ ଓହ୍ଲାଇ ଥିଲେ।ସୂଚନା ପାଇଁ ସଂଗେ ସଂଗେ ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଛାତ୍ର ମାନଙ୍କୁ ବୁଝାଇଥିଲେ।ପରେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ରେ ଅଧ୍ୟକ୍ଷ କିଶୋର କୁମାର ବେହେରା ଓ ମହାବିଦ୍ୟାଳୟର ଅନ୍ୟ ଅଧ୍ୟାପକ, ଅଧ୍ୟାପିକାଙ୍କ ଉପସ୍ଥିତ ରେ ଆନ୍ଦୋଳନରତ ଛାତ୍ର ମାନଙ୍କୁ ଥାନା ଅଧିକାରୀ ଶ୍ରୀ ପ୍ରଧାନ ଡାକି ଘଟଣା ସମ୍ପର୍କ ରେ ଆଲୋଚନା କରିଥିଲେ।ସୂଚନା ଯୋଗ୍ୟ ଯେ ଗତ ୧ ତାରିଖ ଦିନ ଜଣେ ଯୁକ୍ତ ତିନି ଛାତ୍ରଙ୍କ ସହ ଜଣେ ଅଧ୍ୟାପକ ମଧ୍ୟ ରେ କୌଣସି କାରଣ କୁ ନେଇ ବଚସା ହୋଇଥିଲା।ପରେ ଏସମ୍ପର୍କରେ ମହାବିଦ୍ୟାଳୟର ଶୃଙ୍ଖଳା ରକ୍ଷା କମିଟି କୁ ଅଧ୍ୟାପକ ଅବଗତ କରାଇଥିଲେ।ଶୃଙ୍ଖଳା ରକ୍ଷା କମିଟି ପକ୍ଷରୁ ଛାତ୍ରଙ୍କ ଅଭିଭାବକଙ୍କୁ ନୋଟିସ ଜାରି କରିଥିଲେ। ନୋଟିସ୍ କୁ ନେଇ ଛାତ୍ର ଓ ଅନ୍ୟ ସହପାଠୀ ମାନେ ଶନିବାର ମହାବିଦ୍ୟାଳୟ ପରିସରରେ ହୋ ହାଲ୍ଲା କରିବା ସହ ଆନ୍ଦୋଳନ ପାଇଁ ପ୍ରସ୍ତୁତି ହୋଇଥିଲେ।ଖବର ପାଇଁ ପୋଲିସ ପକ୍ଷରୁ ଆନ୍ଦୋଳନକୁ ଭଣ୍ଡୁର କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ