ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟର ୩୯ ତମ ବାର୍ଷିକ ଉତ୍ସବ

ଗାଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌):  ଗାଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରିୟବରପୁରସ୍ଥିତ ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟର ୩୯ ତମ ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ରଥଙ୍କ ଅଧ୍ୟକ୍ଷତାରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି କ୍ଷ ଉକ୍ତ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋବରା ପ୍ରଫୁଲ୍ଲ କୁମାରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ମାମା ପରିଡ଼ା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହୃଷିକେଶ ବିଶ୍ଵାଳ ଏବଂ ସମ୍ମାନିତ ଅତିଥି ଭାବେ ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ଼ ଯୋଗ ଦେଇଥିଲେ କ୍ଷ ଅନ୍ୟମାନଙ୍କ ମଧ୍ୟରେ କ୍ଷତ୍ରିୟବରପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମଧୁସୂଦନ ସେଠୀ, କ୍ଷତ୍ରିୟବରପୁର ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନୀତି ତ୍ରିପାଠୀ, ଖଇରପୁଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ମିଶ୍ର ଏବଂ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ମଞ୍ଚାସୀନ ଥିଲେ କ୍ଷ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ରଥ ବାର୍ଷିକ ବିବରଣୀ ପାଠ କରିଥିଲେ କ୍ଷ ଅତିଥିମାନଙ୍କ ଦ୍ଵାରା ବିଦ୍ୟାଳୟର ମୁଖ ପତ୍ର “ସୁକନ୍ୟା” ଉନ୍ମୋଚିତ ହୋଇଥିଲା କ୍ଷପରିଚାଳନା କମିଟି ସଦସ୍ୟ ଅଭୟ କୁମାର ରଥ ଏବଂ ଶିକ୍ଷୟିତ୍ରୀ ମନୋରମା ମିଶ୍ରଙ୍କ ମିଳିତ ସଂଯୋଜନାରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା କ୍ଷ ବିଦ୍ୟାଳୟ କର୍ମଚାରୀ ଅରୂପ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଅଭିନୀତ ସଚେତନତା ମୂଳକ ନାଟକ “ଯେ ପାଂଚେ ପରମନ୍ଦ” ସମସ୍ତ ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲା କ୍ଷ କାର‌୍ୟ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ବନବାସୀନି ଲେଙ୍କା,  ଜୁମାସ୍କି ଗୌଡ଼,  ସ୍ଵର୍ଣ୍ଣଲତା ସାହୁ, ପୁଷ୍ପାଞ୍ଜଳି ଦେବୀ, ରିତା ଶତପଥୀ, ପ୍ରଶାନ୍ତିନି ଶତପଥୀ, ଗୋଲାପ ମଞ୍ଜରୀ ପଣ୍ଡା ଏବଂ କର୍ମଚାରୀ ବିଷ୍ଣୁ ପଣ୍ଡା ଏବଂ ଉଦ୍ଧବ ଖମାରୀ ପ୍ରମୁଖ ସହଯୋଗ କରିଥିଲେ କ୍ଷ ପରିଶେଷରେ ଶିକ୍ଷକ ଅଶୋକ କୁମାର ମଲ୍ଲିକ ଧନ୍ୟବାଦ ଜ୍ଞାପନ କରିଥିଲେ କ୍ଷ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ