ନୋଭେଲ କୋରୋନା ଭୂତାଣୁ-୧୯ : ନୂଆ ସଂକ୍ରମିତ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ : ଜୟପୁରରେ ପୂର୍ବରୁ ଚିହ୍ନଟ ହୋଇଥିବା କୋରୋନା ସଂକ୍ରମିତ ଇଟାଲୀ ନାଗରିକଙ୍କ ପତ୍ନୀ ମଧ୍ୟ କୋରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏହା ଏଠାରେ ଠାବ ହୋଇଥିବା ତୃତୀୟ ମାମଲା । ଜୟପୁରରେ କୋରୋନା ଭୂତାଣୁ-୧୯ ସଂକ୍ରମିତ ଦଳର ଅଂଶବିଶେଷ ରହିଥିବା ୧୪ ଜଣ ଇଟାଲୀ ଏବଂ ଜଣେ ଭାରତୀୟ ନାଗରିକ ମଧ୍ୟ ପ୍ରାରମ୍ଭିକ ଭାବେ କୋରୋନା ଭୂତାଣୁ-୧୯ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ସେହିପରି ଆଗ୍ରାରେ ଗୋଟିଏ ପରିବାରର ୬ ସଦସ୍ୟଙ୍କ ଠାରେ କୋରୋନା ଭୂତାଣୁ ଥିବା ଚିହ୍ନଟ ହୋଇଛି । ଏମାନେ ଦିଲ୍ଲୀରେ କୋରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି । ଏହାବ୍ୟତୀତ ତେଲଙ୍ଗାନାରେ ଦୁଇ ଜଣ କୋରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ