ନୋରାଙ୍କ ହଟ୍‌ ଗୀତ ‘ଗର୍‌ମି’ ରିଲିଜ୍‌

ମୁମ୍ବାଇ : ପୁଣି ଥରେ ନିଜର ହଟ୍‌ ଗୀତରେ ଧୂମ୍ ମଚାଇଛନ୍ତି ବଲିଉଡ୍‌ର ହଟ୍‌ କ୍ୱିନ୍‌ ନୋରା। ନିଜର କାତିଲାନା ଅନ୍ଦାଜ୍ ଓ ଜବରଦସ୍ତ ଡ୍ୟାନ୍ସରେ ଦର୍ଶକଙ୍କ ମନ ଜିଣିଛନ୍ତି। ତାଙ୍କ ନୂଆ ଗୀତ ‘ଗର୍ମି’ ଏବେ ରିଲିଜ୍‌ ହୋଇଯାଇଛି। ଗୀତଟି ରିଲିଜ୍‌ ହେଉ ହେଉ ଲୋକଙ୍କ ହୃଦୟ ଜିତି ସାରିଲେଣି। କେବଳ ୟୁଟ୍ୟୁବ୍‌ରେ ନୁହେଁ ପୂରା ସୋଶାଲ୍‌ ମିଡିଆରେ ଏବେ ନୋରା ଫତେହିଙ୍କ ଗୀତ ଟ୍ରେଣ୍ଡ୍ କରୁଛି। ନୋରାଙ୍କ ଏହି ନୂଆ ଗୀତଟି ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍‌ସର୍‌ ୩ଡି’ର। ‘ଦିଲ୍‌ବର୍‌’ ଓ ‘ସାକି ସାକି’ ପରି ଏହି ଗୀତରେ ମଧ୍ୟ ତାଙ୍କର ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି। ନିଜ ଅଦାରେ ସେ ସମସ୍ତଙ୍କ ମନ ଜିତିନେଇଛନ୍ତି। ଗୀତଟିକୁ ବାଦଶାହ୍ ଓ ନେହା କକ୍କଡ଼ ଗାଇଛନ୍ତି। ବିଶେଷ କରି ଗୀତରେ ବରୁଣ ଧୱନ୍ ଓ ନୋରାଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି। କ୍ରିସ୍‌ମସ୍‌ ଅବସରରେ ରିଲିଜ୍‌ ହୋଇଥିବା ଗୀତଟିକୁ ଏବେ ଯାଏ ୪ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଲାଣି। ସୂଚନାଯୋଗ୍ୟ, ନୋରା ଫତେହି ଖୁବ୍‌ଶୀଘ୍ର ବରୁଣ ଧୱନ୍ ଓ ଶ୍ରଦ୍ଧା କପୁରଙ୍କ ସହ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍‌ସର୍‌ ୩ଡି’ରେ ନଜର ଆସିବେ। ଏହି ଫିଲ୍ମଟି ଭାରତ ଓ ପାକିସ୍ତାନ୍‌ ଭିତରେ ହେଉଥିବା ଏକ ଡ୍ୟାନ୍ସ୍‌ ମୁକାବିଲା ଉପରେ ଆଧାରିତ। ତାଙ୍କର ଏହି ଫିଲ୍ମଟି ଜାନୁଆରୀ ୨୪ରେ ରିଲିଜ୍‌ ହେବ। ଏହି ଫିଲ୍ମଟିର ଟି-ସିରିଜ୍‌ ବ୍ୟାନର୍‌ ତଳେ ତିଆରି ହୋଇଥିବାବେଳେ ଏହାର ନିର୍ଦ୍ଦେଶନା ରେମୋ ଡିସୁଜା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ