ନୋଳିଆନୂଆ ଗାଁରେ ମେଗା ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ଥାନା ଅନ୍ତର୍ଗତ ନୋଳିଆନୂଆଁ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ପ୍ରଥମ ଥର ପାଇଁ ମେଗା ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଦ୍ୱାରା ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଆୟୁଷମାନ ଭାରତ ଯୋଜନାରେ ଏକ ମେଗା ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଥିଲା ନୋଳିଆନୁଆଁଗାଁ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରେ ଡାକ୍ତର ସୋମ୍ୟାକାନ୍ତ ମହାପାତ୍ର ଓ ଡାକ୍ତର ତପସ୍ୱିନୀ ପାତ୍ରଙ୍କ ତତ୍ୱବଧାନ ଏହି ମେଗା ସ୍ୱାସ୍ଥ୍ୟ ମେଳାର ୧୦୯ ଜଣ ପଞ୍ଜିକୃତ କରିଥିଲେ।ପଞ୍ଜିକରଣ, ଔଷଧ ବିତରଣ, ନିଦାନ, ଟୀକାକରଣ, ଯୋଗ ଶିବିର, ଯକ୍ଷ୍ମା ଓ କୁଷ୍ଠ ଉପରେ ସଚେତନତା, ଅଣସଂକ୍ରମଣ ରୋଗ ସର୍ବେକ୍ଷଣ, ଆଭା ଆଇ.ଡି ପଞ୍ଜିକରଣ, ଇ ସଂଜୀବନୀ, ଓ ପରିବାର କଲ୍ୟାଣ ନିୟୋଜନ ସହ ଆଈ. ଈ. ସି ଭଳି ବିଭିନ୍ନ କାର୍ଯ୍ୟକ୍ରମ ର ଆୟୋଜନ ହୋଇଥିଲା।ସଞ୍ଜୟ ସ୍ୱାଇଁ, ରଞ୍ଜନ ରାଉଳ, ବଙ୍କିମ ଚନ୍ଦ୍ର ମିଶ୍ର, ପିଙ୍କି ସାହୁ, କାମିନୀ ବେହେରା, ଟି. ପଦ୍ମଜା, ତାରା ପଣ୍ଡା, ସିପ୍ରାଲିଂନ ଦାସ, ସ୍ୱାଗତିକା ମାଝୀ, ସୂର୍ଯ୍ୟ କୁମାରୀ ଦେବୀ, ଜ୍ୟୋସ୍ନାରାଣୀ ବେହେରା,ଜ୍ୟୋତିମାଲା ସାହୁ ସହ ଯୋଗଗୁରୁ ଲିପକ ସାହୁ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବରୁଣ କୁମାର ପାଣିଗ୍ରାହୀ, ସୀମାଞ୍ଚଳ ପ୍ରଧାନ ଓ ପୂର୍ଣ୍ଣଚନ୍ଦ୍ର ବେହେରା ସମ୍ପୂର୍ଣ କାର୍ଯ୍ୟକ୍ରମ କୁ ପର୍ଯ୍ୟବେକ୍ଷଣ କରିଥିଲେ। ଦୀର୍ଘ ଦୁଇବର୍ଷ ଲଗାତାର ହେଲା କାୟାକଳ୍ପ ରେ ପୁରସ୍କୃତ ଏହି ଆରୋଗ୍ୟ କେନ୍ଦ୍ର ରେ ଏହା ପ୍ରଥମ ସ୍ୱାସ୍ଥ୍ୟ ଶିବିର ର ଆୟୋଜିତ ହେଇଥିବାରୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହ  ଡାକ୍ତର ମହାପାତ୍ରଙ୍କ ଉଦମ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ