ନୋ ଫିସିଂ ଜୋନରେ ବେଆଇନ ଭାବେ ମାଛ ମାରୁଥିବା ବେଳେ
ଛତ୍ରପୁର, (ଦେବଦତ୍ତ ମହାରଣା) : ଗଞ୍ଜାମ ଋଷିକୁଲ୍ୟା ଉପକୂଳ ସମୁଦ୍ରରେ ଅଲିଭ୍ ରିଡ୍ଲେଙ୍କ ମିଳନ ଋତୁ ଚାଲିଥିବା ବେଳେ କିଛି ନିଦିଷ୍ଟ ଅଂଚଳକୁ ମତ୍ସ୍ୟଜୀବିମାନଙ୍କୁ ମାଛ ମାରିବା ମନା । କିନ୍ତୁ ଆନ୍ଧ୍ର ପ୍ରଦେଶ ଏକ ଟ୍ରଲର ଦ୍ୱାରା 8 ଜଣ ମତ୍ସ୍ୟଜୀବି ବେଆଇନ ମାଛ ମାରୁଥିବା ବନ ବିଭାଗ ପକ୍ଷରୁ ଉକ୍ତ ଟ୍ରଲର କୁ ଜବତ କରିବା ସହ 8 ମତ୍ସ୍ୟଜୀବି କୁ ଅଟକ ରଖି ଅଧିକ ତଦନ୍ତ ଜାରି ରହିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି | ସମୁଦ୍ରରେ ଅଲିଭ୍ ରିଡ୍ଲେଙ୍କ ମିଳନ ଋତୁ ଚାଲିଥିବା ବେଳେ କିଛି ନିଦିଷ୍ଟ ଅଂଚଳକୁ ନୋ ଫିସିଂ ଜୋନ ଭାବେ ଘୋଷଣା କରାଯାଇଛି | ଏହାକୁ ଅବମାନନା କଲେ ବନ ବିଭାଗ ପକ୍ଷରୁ କାର୍ଯ୍ୟନୁଷ୍ଠାନ ନିଆଯାଇଥାଏ | ଅଲିଭ ରିଡେଲ ସାମୁଦ୍ରିକ କଇଁଚ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟା ଚଳିତ ମାସ 1 ତାରିଖ ରୁ ମେ 31 ପ୍ରଯ୍ୟନ୍ତ ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ମାଛଧରା ନିଷିଦ୍ଧାଚଂଳ ଘୋଷଣା ହୋଇଥାଏ । ଏହି ନିଦ୍ଧିଷ୍ଟ ଅଚଂଳକୁ ଯନ୍ତ୍ରଚାଳିତ ଡଙ୍ଗା କିମ୍ବା ଟ୍ରଲର ଯାତାୟତ ଉପରେ ରୋକ ଲଗାଯାଇଛି । ଯେଉଁମାନେ ଏହାକୁ ଅବମାନନା କରିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ ବୋଲି ଡିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି ।