ନୌବାହିନୀର ଯୁବ ଲେଫଟେନେଣ୍ଟ କମାଣ୍ଡରଙ୍କ ଅକାଳ ବିୟୋଗକୁ ନେଇ ଶୋକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମର ସ୍ୱର୍ଗତ ଲିଙ୍ଗରାଜ ପାତ୍ର, ମାତା ପନୋରମା ପାତ୍ରଙ୍କ ଏକ ମାତ୍ର ଜଳ ବାହିନୀ ଯୁବ ଲେଫଟେନେଣ୍ଟ କମାଣ୍ଡର ସନ୍ତୋଷ ପାତ୍ରଙ୍କ କେରଳ ରାଜ୍ୟର କୋଚି ଠାରେ ଚିକିତ୍ସାଧିନ ସମୟରେ ମୃତୁଯ ବରଣ କରିଥିବାର ଜଣାପଡିଛି | ସ୍ୱର୍ଗତ ପାତ୍ରଙ୍କ ଦେହ ଅସୁସ୍ଥତା ଥିବା ବେଳେ ସେ କୋଚିର ସେନା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ | ତେବେ ସୋମବାର ଦିନ ଚିକିତ୍ସିତ ଅବସ୍ଥାରେ ତାଙ୍କର ଅକାଳ ବିୟୋଗ ଘଟିଥିଲା |ମୃତ୍ୟୁ ବେଳକୁ ତାଙ୍କ ନିକଟରେ ଧର୍ମ ପତ୍ନି ଶିବାନିବାଳା ପାତ୍ର, ପୁଅ ଏବଂ ଝିଅ ଉପସ୍ଥିତଥିବାର ଜଣାପଡିଛି | ଏହି ଖବର ପ୍ରସାରିତ ହେବା ପରେ ଗୁରାଣ୍ଡି ଏବଂ ଗୋଷାଣୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି | ସନ୍ତୋଷ ପାତ୍ର ଜଣେ ଜଳବୀର ସହ ତାଙ୍କୁ ମାତ୍ର ଦୁଇ ବର୍ଷ ହୋଇଥିବା ବେଳେ ଓଡିଆ ପୌରଆଣିକ ସିନେମା ମଥୁରା ବିଜୟରେ ପ୍ରଭୁ କୃଷ୍ଣଙ୍କ ଭୂମୀକାରେ ଅଭିନୟ କରିଥିବାର ମଧ୍ୟ ଜଣାପଡିଛି |ସ୍ୱର୍ଗତ ସନ୍ତୋଷ ପାତ୍ର ମହାଦେବୀପୁର ଗ୍ରାମର କବି ଘନଶ୍ୟାମ ଜେନ୍ନାଙ୍କଏକ ମାତ୍ର କନ୍ୟା ଶିବାନିବାଳା ପାତ୍ରଙ୍କୁ ବିବାହ କରିଥିଲେ |  ମଙ୍ଗଳବାର କୋଚି ତଥା କର୍ମସ୍ଥଳରେ ତାଙ୍କୁ ଗାର୍ଡଅଫ ଅନର ଦେଇ ଶେଷ କୃତ୍ୟ ସମ୍ପନ୍ନ କରାଯାଇ ଅନ୍ତେଷ୍ଟିକ୍ରିୟା କରାଯାଇଥିବାର ଜଣାପଡିଛି | ଅନ୍ୟପକ୍ଷରେ ସ୍ୱର୍ଗତ ସନ୍ତୋଷ ଯେତେବେଳେ ବି ଛୁଟିରେ ନିଜ ଭିଟାମାଟିକୁଆସୁଥିଲେ ସମସ୍ତଙ୍କ ଦୁଃଖ ସୁଖରେ ସାଥ ଦେଉଥିବା ବେଳେ ମେଳାପି ତଥା ଭଦ୍ର ବ୍ୟବହାର ପାଇଁ ପରିଚିତ ଥିଲେ ବୋଲି ଅଞ୍ଚଳରେ ଶୋକ ପ୍ରକାଶ କରିବା ସହ ଆଲୋଚନା ହେଉଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ