ନ୍ୟାଯ୍ଯ ଅଧିକାର ଦାବିରେ ଦେହେରିଆ ସଂଘ ଏବଂ କନ୍ଧସମାଜ ମହାମେଳି
ଭବାନୀପାଟଣା, (ମାଧବ ସାହୁ):କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ବେଲଖଣ୍ତି ଶୈବପୀଠ ସୀମାନ୍ତରେ ଥିବା ସଇଁତଲା ବ୍ଲକ ଖୁସମାଳ ମାଝୀ ଦେଶ ଠାରେ କନ୍ଧସମାଜ ଏବଂ ବେଲଖଣ୍ତି ଦେହେରିଆ ସଂଘ ର ମହାମେଳି ହୋଇଥିଲା କନ୍ଧସସ୍କୁତି ପରମ୍ପରା ଏବଂ ବେଲଖଣ୍ତି ଶୈବପୀଠ ଠାରେ ଦୁଇଗୋଟି ଟ୍ରଷ୍ଟ ନାଁରେ କୁଷ୍ଠାର ଘାତ ଆଦିକାଲରୁ କନ୍ଧସମାଜ ଓ ଦେହେରିଆ ସଂଘ ପୂଜା କରିଆସୁଥିବା ବେଳେ ଟ୍ରଷ୍ଟ ନାଁରେ ପ୍ରତାରଣା କରାଯାଇଥିବା ଅଭିଯୋଗ ହୋଇ ମହାମେଳି ହୋଇଥିଲା।କେନ୍ଦିୟ କମିଟି ସଭାପତି ଚିନ୍ତାମଣି ଭୋଇ ସଂପାଦକ ପ୍ରଦିପ କୁମାର ମାଝି,ଦେହେରିଆ କମିଟି ସଭାପତି ଧିରେନ୍ଦ୍ର ମାଝୀ, ଅଧ୍ୟକ୍ଷତାରେ ମହାମେଳି ହୋଇଥିଲା ପ୍ରଥମେ ମାଝୀ କନ୍ଧସମାଜ ର ପତାକା ଉତ୍ତୋଳନ କରି ଅନ୍ତ୍ରଶନ୍ତ୍ର ପୂଜା କରାଯାଇଥିଲା। ଏବଂ ଏକ ବିରାଟ ପଟୁଆରରେ ବାଜା ନିଶାନ ଅନ୍ତ୍ରଶନ୍ତ୍ର ସହିତ ନଗରପରିକ୍ରମା କରିଥିଲେ। ନଗର ପରିକ୍ରମା ସାରିଲା ପରେ ମହାସଭା ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଭିନ୍ନ ଜିଲ୍ଲାରୁ ଆଦିବାସୀ କନ୍ଧସମାଜର କର୍ମକର୍ତ୍ତା ଉପସ୍ଥିତ ଥିଲେ। କଳାହାଣ୍ଡି ଐତିହାସିକ ବେଳଖଣ୍ତି ଶୈବପୀଠରେ ଟ୍ରଷ୍ଟ ନାଁରେ ପ୍ରତାରଣା ଅନୀତି ଦୁର୍ନୀତି ମନମୁଖୀ କାର୍ଯ୍ୟ ହେଉଥିବାରୁ ଆଗାମୀ ଦିନରେ କନ୍ଧସମାଜ, ଦେହେ ଲିଆ ସଂଘ ପକ୍ଷରୁ ଏକ ବିରାଟ ଆନ୍ଦୋଳନ କରିବା କୁ ନିଷ୍ପତ୍ତି ନେଇଛନ୍ତି।ଏହି ସଭାରେ ମାର୍କଣ୍ଡ ପ୍ରଧାନୀ, ସାମ୍ବାଦିକ ସୁଶାନ୍ତ ମଲ୍ଲିକ ମହେନ୍ଦ୍ର ପ୍ରଧାନୀ,ପୁରୁଷୋତ୍ତମ ଭୋଇ, ସୁମନ୍ତ ମାଝୀ,ମେନେଜର ଭୋଇ, ସଂକ୍କିତ୍ତନ ଭୋଇ, ରାଧେଶ୍ୟାମ ମାଝୀ, ଯୁଧିଷ୍ଠିର ଯାନୀ, ଅରବିନ୍ଦ ମାଝୀ,ତର୍କ ଭୋଇ,କୁମର ଭୋଇ, ତ୍ରିନାଥ ଭୋଇ, ରାଜେନ୍ଦ୍ର ମାଝୀ, ପ୍ରମୁଖ ଶତାଧିକ ଦେହେରିଆ ସଂଘ ସଦସ୍ୟ ଓ କନ୍ଧସମାଜ ଜାତିଭାଇ ଯୋଗଦେଇ ଆଦିବାସୀ ପରମ୍ପରା ସଂସ୍କୃତି ଅଧିକାର ଉପରେ ମତବ୍ୟକ୍ତ କରିଥିଲେ।