ନ୍ୟାୟ ନମିଳିଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ

ବନ୍ତ,(ଯୁଗାବ୍ଦନ୍ୟୁଜ) : ଗତ ୧୦ ତାରିଖରେ ବନ୍ତସ୍ଥିତ ଚାରୁ ଚନ୍ଦ୍ର ଇଂଲିଶ ମିଡିୟମ ସ୍କୁଲ ପରିସରରେ ଯାତ୍ରା ପରିବେଷଣ ହେଉଥିବା ବେଳେ ସେଠାରେ ଯାତ୍ରା ଦେଖିବାକୁ ଆସିଥିବା ଟିଲୋ ଗ୍ରାମର ଅବିନାଶ ସ୍ୱାଇଁଙ୍କୁ ମରଣାନ୍ତକ ଆକ୍ରମଣ କରାଯିବା ସହ ବନ୍ତ ଗ୍ରାମର ମଳୟ କୁମାର ଯେନାଙ୍କୁ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ ଓ ହତ୍ୟା ଧମକ ଦିଆଯିବା ନେଇ ବନ୍ତ ଥାନାରେ ୨ଟି ମାମଲା ରୁଜ୍ଜୁ ହୋଇଥିଲା । ଏହି ଘଟଣାରେ ଶାସକ ବିଜେଡି ଦଳର ଜଣେ ପ୍ରଭାବଶାଳୀ ନେତା ଓ ଛାତ୍ର ନେତାଙ୍କ ସମେତ ୧୫ ଜଣ ସମର୍ଥକ ସାମିଲ ଥିଲେ । ସେହିପରି ଯାତ୍ରାସ୍ଥଳରେ ଗଣ୍ଡଗୋଳ ବେଳେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବା ନେଇ କଂଗ୍ରେସ ଦଳର କିଛି ସମର୍ଥକଙ୍କ ନାମରେ ପୋଲିସ ମାମଲା ରୁଜ୍ଜୁ କରି ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅପରପକ୍ଷେ ଆକ୍ରମଣରେ ଶୀକାର ହୋଇଥିବା ଅଭିନାଶଙ୍କର ପରିବାର ପୋଲିସକୁ ଭେଟି କାହିଁକି ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଉନାହିଁ ବୋଲି ପଚାରିବାରୁ ପୋଲିସ ସଂପୃକ୍ତ ଛାତ୍ର ନେତାଙ୍କ ଦେହ ଅସୁସ୍ଥ ଥିବା କହି ଗିରଫଦାରୀକୁ ଟାଳି ଚାଲିଥିଲା । ଏପରିସ୍ଥଳେ ଗୁରବାର ଟିଲୋ ଗ୍ରାମର କିଛି ଲୋକ ଶାସକ ଦଳର ଛାତ୍ର ନେତାଙ୍କୁ ଧରି ପୋଲିସର ଜିମା ଦେଇଥିଲେ । ପୋଲିସ ସଂପୃକ୍ତ ଛାତ୍ର ନେତାଙ୍କ ଦେହ ଅସୁସ୍ଥ ଥିବା ଦର୍ଶାଇ ତାଙ୍କୁ ପ୍ରଥମେ ଆଗରପଡା, ଭଦ୍ରକ ଓ ଶେଷରେ କଟକ ବଡଡାକ୍ତରଖାନାରେ ଭର୍ତ୍ତି କରାଇ ନିଜର ଦୋଷକୁ ଚପାଇବାକୁ ଅପଚେଷ୍ଟା କରିଛି । ଏହି ଘଟଣାକୁ ନେଇ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଶନିବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଭଣ୍ଡାରିପୋଖରୀ କଂଗ୍ରେସ ନେତା ତଥା ପିପିସି ସଭ୍ୟ ସୁବ୍ରତ ଦାସ ଯୋଗ ଦେଇ ପୋଲିସର ଏତାଦୃଶ କାର୍ଯ୍ୟକୁ ନିନ୍ଦା କରିବା ସହିତ ପୋଲିସ ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାରେ ବିଫଳ ହୋଇଛି । ଶାସକ ଦଳର ସୁଧାଂଶୁ ଶେଖର ନାୟକ ଓ ପ୍ରଣବ କିଶୋର ଲେଙ୍କାଙ୍କ ନାମରେ ଦୁଇ ଦୁଇଟି ମାମଲା ଥିବା ବେଳେ ପୋଲିସ କାହିଁକି ତାଙ୍କୁ ଗିରଫ କରୁନାହିଁ ବୋଲି ପ୍ରଶ୍ନ କରିଥିଲେ । ପୋଲିସ ଅଭିଯୁକ୍ତକୁ ସୁରକ୍ଷା ଦେଇ ଛାଡି ଦେବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିବା ସହ ବନ୍ତ ଥାନାଧିକାରୀଙ୍କୁ ତୁରନ୍ତ ଏଠାରୁ ବଦଳି କରାଯିବାକୁ ଦାବୀ କରିଥିଲେ । ଆକ୍ରମଣରେ ଶୀକାର ହୋଇଥିବା ଯୁବକ ମାନଙ୍କୁ ପ୍ରକୃତ ନ୍ୟାୟ ନମିଳିଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବତୀ ଦେଇଥିଲେ । ଏହି ସମ୍ମିଳନୀରେ ଜିଲା ଯୁବ କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ କୁମାର ଦାସ, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ବିଜୟ ଶଙ୍କର ମହାନ୍ତି, ୧୬ନଂ.ଜୋନ୍ ସଭାପତି ନିରଞ୍ଜନ ମଲ୍ଲିକ, ୧୫ନଂ.ଜୋନ୍ ସଭାପତି ଅନନ୍ତ ଚରଣ ଦାଶ, ପଧାନପଡା ସରପଞ୍ଚ ମୁସ୍ତାକ୍ ଅଲ୍ଲୀ ଖାଁ, ବରିଷ୍ଠ କଂଗ୍ରେସ ନେତା ଅଶୋକ କୁମାର ସାହୁ, ରାହୁଲ ଅମିନ୍‌, ଯୁବନେତା ରାଜକିଶୋର ପଣ୍ଡା, ଛାତ୍ରନେତା ସାଦ୍ଦ୍ ସିଦ୍ଧିକ୍‌, ସେକ୍ ସାୱନ୍‌, ସୟଦ୍ ଜମିଲୁର ରହେମାନ୍‌, ସେଖ୍ ନିୟାମୁଦ୍ଦିନ୍‌, ୟାକୁବ୍ ଖାଁ, ନଫଲ ୟୁସୁଫ, ମୀର୍ ବସିରୁଦ୍ଦିନ୍‌, ସୟଦ ଇମ୍ରାନ୍ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ