ନ୍ୟାୟ ପାଇଁ ଆକୁଳ ମାଆ

ବୁଗୁଡା,(ଅନିଲ କୁମାର ମହାରଣା): ଗରିବ ଘରର ଝିଅ ପଢ଼ାରେ ଧ୍ୟାନ ଦେଇଥିବା ଯୋଗୁଁ ଦଶମ ବୋର୍ଡ଼ ପରୀକ୍ଷାରେ ହୋଇଥିଲେ ବୁଗୁଡା ବ୍ଲକ ଟପର। ଆଶା ରଖିଥିଲେ ପ୍ରଶାସନିକ ସେବା ଚାକିରୀ କରି ଗରିବ ଜନତାଙ୍କ ପାଇଁ କିଛି କରିବେ। ଭାଣିଜୀର ପାଠ ପଢିବା ପାଇଁ ଆଗ୍ରହ ଓ ଭଉଣୀର ଗରିବ ଅବସ୍ଥା ଯୋଗୁଁ , ମାମୁଁ ନେଇଥିଲେ ଭାଣିଜୀକୁ ଯୁକ୍ତ ଦୁଇ ଶ୍ରେଣୀରେ ପାଠ ପଢାଇବା ପାଇଁ ମାଲକାନଗିରି ଜିଲ୍ଲାକୁ ଯେଉଁଠି ସେ ପରିବାର ପ୍ରତିପୋଷଣ ପାଇଁ ଛୋଟିଆ ହୋଟେଲ ବ୍ୟବସାୟ କରୁଥିଲେ । ସେଠାରେ ଗୋବିନ୍ଦପଲ୍ଲୀ କଲେଜରେ ଯୁକ୍ତ ଦୁଇରେ ପାଠ ପଢିଲେ ଭାଣିଜୀ ଭାଇର ସାହାଯ୍ୟ ଓ ଝିଅର ଭଲ ପାଠ ପଢା ଦେଖି ମାଆ ମୁହଁରେ ଫୁଟି ଉଠିଥିଲା ଆଶାର ହସ ହେଲେ ସେହି ଆଶା ବଦଳରେ ବର୍ତ୍ତମାନ ଦେଖିବାକୁ ମିଳୁଛି ଝିଅର ଫୋଟୋକୁ ଜାବୁଡି ଧରି ସେହି ମାଆର ଆଖିରେ ଲୁହ ଓ ମନରେ କୋହ। ଏହି ପରିବର୍ତ୍ତନର ଏକମାତ୍ର କାରଣ ହେଉଛି ୨୦୧୭ ମସିହାରେ ମାଲକାନଗିରି ଗୋବିନ୍ଦପଲ୍ଲୀ କଲେଜରେ ଘଟିଥିବା ବହୁ ଚର୍ଚ୍ଚିତ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ମାମଲା। ଅଧ୍ୟାପକ ଓ ଛାତ୍ରୀ ମଧ୍ୟରେ ଥିବା ସ୍ବର୍ଗୀୟ ସମ୍ପର୍କରେ ଲାଗିଥିଲା କଳଙ୍କ ଅଧ୍ୟାପକ ସମେତ ଚାରି ଜଣ ମିଶି ସେହି ମେଧାବୀ ଛାତ୍ରୀଙ୍କୁ କଲେଜ ପରିସରରେ ଗତ ୨୦୧୭ ନଭେମ୍ବର ୭ ତାରିଖରେ କରିଥିଲେ ଗଣ ଦୁଷ୍କର୍ମ ଓ ଉଠାଇଥିଲେ ନଗ୍ନ ଫୋଟ। ଧମକ ଦିଆଯାଇଥିଲା ଘଟଣା ବିଷୟରେ କାହାକୁ କହିଲେ ଭାଇରାଲ କରାଯିବ ନଗ୍ନ ଫୋଟ। ଧମକ ସତ୍ତ୍ୱେ ଦୁଇ ଦିନ ପରେ ୯ ତାରିଖରେ ଲିଖିତ ଏତଲା ଦିଆଯାଇଥିଲା ମାଲକାନଗିରି ଜିଲ୍ଲାର ମାଥିଲି ଥାନାରେ ଅଭିଯୋଗ ପ୍ରତ୍ୟାହାର ପାଇଁ ଦିଆଯାଇଥିଲା ହତ୍ୟା ଧମକ, ମାତ୍ର ହୋଇନଥିଲା ମାମଲା ପ୍ରତ୍ୟାହାର। ଅଧ୍ୟାପକ ଓ ଅନ୍ୟ ତିନି ଜଣ ପ୍ରଭାବ ଶାଳୀ ବ୍ୟକ୍ତିଙ୍କ ପରିବାରର ହୋଇଥିବା ଯୋଗୁଁ ଉପଯୁକ୍ତ ନ୍ୟାୟ ମିଳିପାରି ନଥିଲା | ଦୁଷ୍କର୍ମର ଶିକାର ହୋଇଥିବା ସେହି ଛାତ୍ରୀ ଜଣଙ୍କୁ। ଯୁକ୍ତ ଦୁଇ ପଢ଼ୁଥିବା ଯୋଗୁଁ ଛାତ୍ରୀ ଜଣକ ନାବାଳିକା ହୋଇଥିଲେ ମଧ୍ୟ ପୋଲିସ ଫୋକ୍ସ ଆକ୍ଟରେ ମାମଲା ରୁଜୁ ନକରି କୋହଳ ଦଫା ଲଗାଇ କେବଳ ଅଧ୍ୟାପକଙ୍କୁ ଗିରଫ କରିଥିବା ବେଳେ ଅଳ୍ପ ଦିନ ମଧ୍ୟରେ ଜାମିନରେ ଜେଲରୁ ମୁକୁଳିଥିଲେ ଅଧ୍ୟାପକ। ହାଇକୋର୍ଟରେ ଅପିଲ ପରେ ଆବଶ୍ୟକ ସ୍ଥଳେ ପୁନର୍ବାର ତଦନ୍ତ ପାଇଁ ନିର୍ଦ୍ଦେଶ ଆସିଥିଲେ ମଧ୍ୟ ବାରମ୍ବାର ଧମକ ଯୋଗୁଁ ୨୦୧୯ ଏପ୍ରିଲ ୧୩ ତାରିଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମେଧାବୀ ଛାତ୍ରୀ ଜଣଙ୍କ। ପରିବାର ଲୋକେ ଝିଅକୁ ସଙ୍ଗେ ସଙ୍ଗେ ମେଡିକାଲକୁ ନେଇ ଚିକିତ୍ସା କରାଇଥିଲେ ୨୭ ଦିନ ନିଜ ଜୀବନ ସହ ସଂଗ୍ରାମ କରି ଶେଷରେ ସେହି ମେଧାବୀ ଛାତ୍ରୀ ଜଣକ ୨୦୧୯ ମଇ ୯ ତାରିଖ ଦିନ ମୃତ୍ୟୁ ବରଣ କରିଥିଲେ । ତଥାପି ଥମିଲା ନାହିଁ ଧମକ ଶେଷରେ ଜୀବନ ରକ୍ଷା ପାଇଁ ସେଠାରେ ବ୍ୟବସାୟ ବନ୍ଦ କରି ବୁଗୁଡାକୁ ଫେରି ଆସିବାକୁ ବାଧ୍ୟ ହୋଇଥିଲେ ସେହି ମେଧାବୀ ଛାତ୍ରୀ ଜଣକ ଙ୍କ ମାମୁଁ ଝିଅର ଜୀବନ ଗଲା, ଭାଇର ବ୍ୟବସାୟ ଗଲା, ଚିନ୍ତାରେ ମାଆ ତଥାପି ଆଶା ବାନ୍ଧିଛନ୍ତି ଦୋଷୀକୁ ଦଣ୍ଡ ମିଳିବ ଓ ଝିଅର ଆତ୍ମା ଶାନ୍ତି ପାଇବ। ହେଲେ ମାଆର ଏହି ଆଶା ତାଙ୍କର ପ୍ରଥମ ଆଶା ପ୍ରକାର ହେବ ନାହିଁତ ? ନ୍ୟାୟ ପାଇବାର ରାସ୍ତା ଗୋଟିଏ ପରେ ଗୋଟିଏ ବନ୍ଦ ହେଉଥିବା ବେଳେ ଦୋଷୀକୁ ଦଣ୍ଡ ମିଳିବ ତ ? ମାଲକାନଗିରିରୁ ମାମୁଁ, ମାଆ ସମସ୍ତେ ଜୀବନ ବଞ୍ଚାଇବା ପାଇଁ ବୁଗୁଡା ଫେରି ଆସିଥବା ବେଳେ ମଧ୍ୟ ଅର୍ଥବଳ ଓ ବାହୁବଳ ଦ୍ୱାରା ନ୍ୟାୟକୁ ଚପାଇ ଦେବାକୁ ଉଦ୍ୟମ ହେବ ନାହିଁ ତ ? ଗଞ୍ଜାମର ଜଣେ ମେଧାବୀ ଛାତ୍ରୀ ମାଲକାନଗିରିରେ ଗଣ ଦୁଷ୍କର୍ମର ଶିକାର ହୋଇ ଶେଷରେ ମୃତ୍ୟୁ ମୁଖରେ ପଡିଥିବା ବେଳେ ଉଭୟ ଜିଲ୍ଲାର ଅଧିକାରୀ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ମହୋଦୟ ଏହି ମାମଲା ପ୍ରତି ଦୃଷ୍ଟି ଦେଇ ଦୃଢ଼ ପଦକ୍ଷେପ ଗ୍ରହଣ କଲେ ଦୋଷୀକୁ ଦଣ୍ଡ ମିଳିବା ସହ ଝିଅର ଆତ୍ମା ଶାନ୍ତି ପାଇପାରିବ ବୋଲି ଶୋକରେ କାତୁର ହୋଇ ନିବେଦନ କରିଛନ୍ତି | ଦୁଷ୍କର୍ମର ଶିକାର ହୋଇଥିବା ଝିଅର ମାଆ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ