ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଦେଢସୁର ଭାଇବୋହୁ ଏବଂ ତାଙ୍କ ପରିବାରଙ୍କୁ ଗୃହବନ୍ଦୀ କରି ରଖିଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯିବା ସହିତ ନ୍ୟାୟ ପାଇଁ ଭାଇବୋହୁର ସପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସି ରହିଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ଅମେଇପାଳ ଗ୍ରାମର ବିପିନ ବେହେରାଙ୍କ ପତ୍ନୀ ଦିପ୍ତିମୟୀ ବେହେରା ଅଭିଯୋଗ କରିଛନ୍ତି ଯେ ଗତ ଜୁଲାଇମାସ ୨୩ତାରିଖରୁ ତାଙ୍କ ପରିବାର ବାସ କରୁଥିବା ବାସଗୃହର ଦୁଆରମୁହଁକୁ ଅବରୋଧ କରି ତାଙ୍କ ଦେଢସୁର କାଳନ୍ଦୀ ବେହେରା ଗୃହ ନିର୍ମାଣ କରି ଦିପ୍ତିମୟୀଙ୍କ ପରିବାରକୁ ଗୃହବନ୍ଦୀ କରି ରଖିଥିବା ସମ୍ପର୍କରେ ଦିପ୍ତିମୟୀ ସ୍ଥାନୀୟ ସରପଞ୍ଚ ଓ ମାର୍ଶାଘାଇ ଥାନା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ବି କୈାଣସି ସୁଫଳ ମିଳିନଥିଲା । ନିର୍ମାଣାଧିନ ସେହି ପ୍ଲଟ ଉପରେ କୋର୍ଟର ନିଷେଧାଦେଶ ଥିବା ସତ୍ୱେ କାଳନ୍ଦୀ ଗୃହ ନିର୍ମାଣ କରୁଥିବା ଦିପ୍ତିମୟୀ ଅଭିଯୋଗ କରିଛନ୍ତି । ଫଳରେ ଦିପ୍ତିମୟୀ ଅନ୍ୟ କୈାଣସି ଉପାୟ ନପାଇ ନ୍ୟାୟ ପାଇବା ପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସପରିବାର ଅନଶନରେ ବସିରହିଥିଲେ । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ଦିପ୍ତିମୟୀଙ୍କୁ ତାଙ୍କ ଚ୍ୟାମ୍ବରକୁ ଡକାଇ ଘଟଣା ସମ୍ପର୍କରେ ଆଲୋଚନା କରିବା ସହ ମାର୍ଶାଘାଇ ଥାନା ଅଧିକାରୀଙ୍କୁ ଆବଶ୍ୟକ ନିର୍ଦେଶ ପ୍ରଦାନ କରିବା ପରେ ଦିପ୍ତିମୟୀ ତାଙ୍କ ଅନଶନକୁ ସାମୟିକ ଭାବେ ସ୍ଥଗତି ରଖି ଘରକୁ ଫେରିଯାଇଥିବା ସୂଚନା ମିଳିଛି ।
ବାଲେଶ୍ଵର ଶ୍ରୀଧର ବେହେର। ଆଜନ୍ମ ଦୃଷ୍ଟିବାଧିତ ସ୍ଵତନ୍ତ୍ର ତାଲିମ ପ୍ରାପ୍ତ ଶିକ୍ଷକ ଭାବରେ ରାଣୀ ପାଟଣା ଦୃଷ୍ଟିହୀନ ବିଦ୍ୟାଳୟରେ ୨୦୨୩ ଫେବୃଆରୀ ମାସରୁ କାର‌୍ୟ୍ୟ କରି ମାର୍ଚ୍ଚ ମାସ ରେ ଦରମା ବାବଦକୁ ବ୍ୟାଙ୍କ୍ ଜରିଆରେ ୩୦୦୦ ଟଙ୍କା ଗ୍ରହଣ କରିଥିଲେ। ତା ୨୮/୩/୨୩ ରିଖ ରୁ ୱେଲଫେୟାର ଠାରୁ ଜିଲ୍ଲାପାଳ ପରିଚାଳନା ଭାର ବାହାର କରି ଗୋପମୂଦ୍ରା ମହାପାତ୍ର ଙ୍କ ଦ୍ଵାରା ପରଚାଳିତ ବିକଳାଙ୍ଗ କଲ୍ୟାଣ ପ୍ରତିଷ୍ଠାନ କୁ ପ୍ରଦାନ କରି ଥିଲେ। ଫଳରେ ପୂର୍ବ ରାଗ ପାଇଁ ଗୋପମୂଦ୍ରା ମହାପାତ୍ର ଶ୍ରୀଧର ବେହେରା କୁ ମାର୍ଚ୍ଚ ମାସ ଠାରୁ ଦରମା ଦେଲେ ନାହିଁକି ସ୍କୁଲରେ ରହିବାକୁ ପୂର୍ବପରି ଦେଲେ ନାହିଁ । ଉକ୍ତ ବିଷୟ ଜିଲ୍ଲା ପ୍ରଶାସନ କୁ ଜଣାଇ ବିଫଳ ହେବା ରୁ ବାଧ୍ୟ ହୋଇ ଦୃଷ୍ଟିହୀନ ଶିକ୍ଷକ ଶ୍ରୀଧର ମାନ୍ୟବର ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଦରମା ନା ପାଇବ ଅଭିଯୋଗ କରିଥିଲେ। ମାନ୍ୟବର ରାଜ୍ୟ ମାନବାଧିକାର କମିଶନ ତାଙ୍କ କେସ ନମ୍ବର ୨୦୨୯/୨୩ ତା ୧୦/୮/୨୩ ରିଖ ଆଦେଶ ବଳ ରେ ଆସନ୍ତା ୩୧/୧୦/୨୩ ରିଖ ଧାର‌୍ୟ୍ୟ ତାରିଖରେ ତଥ୍ୟ ପ୍ରଦାନ ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ନୋଟିସ ଜାରି କରିଛନ୍ତି। ଯାହେଉ ଶେଷରେ ମାନବାଧିକାର କମିଶନ ଦୃଷ୍ଟିହୀନ ଶ୍ରୀଧର ବେହେରା ର ଗୁହାରି ବିଚାର ପାଇଁ ଗ୍ରହଣ କରିଛନ୍ତି। ଦେଖିବାକୁ ବାକି ରହିଲ। ଶ୍ରୀଧର କେବେ ତାର ବେତନ ପାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ