ନ୍ୟାୟ ପ୍ରଦାନ ନିମନ୍ତେ ବିଧବା ବୃଦ୍ଧା ଓ ଦିବ୍ୟାଙ୍ଗ ପୁଅ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଛତ୍ରପୁର,(ଦେବଦତ୍ତ ମହାରଣା): ଆଖି ଲୁହ ଛଳ ଛଳ କରି ମୋତେ ନ୍ୟାୟ ଦିଅ ନଚେତ୍ ମୁକ୍ତି ଦିଅ ବୋଲି କୋହଭରା ଆଖିରେ କାନ୍ଦି କାନ୍ଦି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଥାନା କଣ୍ଟେଇ କୋଳି ଗ୍ରାମର ଜଣେ ବିଧବା ବୃଦ୍ଧା ଓ ତାଙ୍କ ଦିବ୍ୟାଙ୍ଗ ସାନ ପୁଅ ମଙ୍ଗଳବାର ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ (ସାଧାରଣ)ଙ୍କୁ ଭେଟି ତାଙ୍କର ଗୁହାରୀ ଜଣାଇଛନ୍ତି । ବୃଦ୍ଧା ଜଣକ ହେଲେ ହିଞ୍ଜିଳି ବ୍ଲକ ଅନ୍ତର୍ଗତ କଂଚୁଡୁ ଗ୍ରାମ ପଂଚାୟତ ର କଣ୍ଟେଇ କୋଳି ଗ୍ରାମର ସ୍ୱର୍ଗତ କେ.ରାମ ମୁର୍ତ୍ତିଙ୍କ ଧର୍ମ ପତ୍ନୀ କେ.ଜାନକୀ ରାଓ (୭୦) । ତାଙ୍କର ଦିବ୍ୟାଙ୍ଗ ସାନ ପୁଅ ଜଣକ ହେଲେ କେ.ଶ୍ରୀନିବାସ ରାଓ (୩୭) । ସେମାନଙ୍କ କହିବାନୁଯାୟୀ ଦୀର୍ଘ ୫ ବର୍ଷ ହେଲା ଜାନକୀଙ୍କୁ ତାଙ୍କ ବଡ ପୁଅ କେ.ପ୍ରକାଶ ରାଓ ଖାଇବାକୁ ପିଇବା କୁ ନ ଦେଇ ମାଡ ମାରି ଘରୁ ବାହରା କରି ଦେଇଛନ୍ତି । ତାଙ୍କର ୫ ଟା ଘର ତିନି ଭରଣରୁ ଉର୍ଦ୍ଧ୍ୱ ଜମି ଥାଇ ମଧ୍ୟ ତାଙ୍କୁ ବେସାହାରା କରାଯାଇଛି । ସେ ଭୋକ ଉପାସରେ ଦୀର୍ଘ ଦିନ ରହିବା ପରେ ତାଙ୍କ ସାନ ପୁଅ ଦିବ୍ୟାଙ୍ଗ କେ.ଶ୍ରିନୀବାସ ରାଓଙ୍କ ସମରଝୋଳ ଛକ ସ୍ଥିତ ଘରେ ରହୁଛନ୍ତି । ତେଣୁ ସେ ବିଧବା ଏବଂ ବରିଷ୍ଠ ନାଗରିକ ହୋଇଥିବାରୁ ତାଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରାଯାଉ ବୋଲି ସେ କହିଛନ୍ତି । ସେହିପରି ଦିବ୍ୟାଙ୍ଗ ଶ୍ରୀନିବାସ ରାଓ ଅଭିଯୋଗ କରିଛନ୍ତି ଯେ, ମୋ ବଡ ଭାଇ କେ.ପ୍ରକାଶ ରାଓ ତାଙ୍କୁ ମାଡ ମାରି ମାରି ଭଲ ମଣିଷ ରୁ ମୋତେ ଆଜି ଦିବ୍ୟାଙ୍ଗ କରିଦେଇଛି । ଆମର ସମସ୍ତ ସମ୍ପତି କୁ ସେ ଅକ୍ତିଆର କରିବା ପାଇଁ ମୋ ମାଆ ,ମୋ ମଝିଆ ଭାଇ କେ.ସିମାଂଚଳ ରାଓ ଓ ମୋତେ ବାରମ୍ବାର ଅତ୍ୟାଚାର କରିବା ସହ ଆମକୁ ଗାଁ ରୁ ସମସ୍ତଙ୍କୁ ବାଡେଇ କାଡିଦେଇଛି । ୧.୦୮. ୨୦୧୯ ମସିହାରେ ମୋ ଗୋଡକୁ ମୋ ବଡ ଭାଇ ପ୍ରକାଶ ହାଣିଦେଇଥିଲା ବୋଲି ମଧ୍ୟ ଶ୍ରୀନିବାସ କହିଛନ୍ତି । ବର୍ତ୍ତମାନ ସେ ଭୟଭୀତ ଅବସ୍ଥାରେ ରହିଆସୁଛନ୍ତି ଓ ଆଜି ସେ ଲୁଚି ଛପି ଛତ୍ରପୁର ଆସିଛନ୍ତି ବୋଲି ସେ କହଥିଲେ । ଆମକୁ ସଠିକ୍ ନ୍ୟାୟ ପ୍ରଦାନ କରାଯାଉ ବୋଲି ମାଆ ଓ ଦିବ୍ୟାଙ୍ଗ ପୁଅ ଅତିରିକ୍ତ ଜିଲ୍ଲାପାଳଙ୍କୁ ଗୁହାରୀ କରିଛନ୍ତି । ଅପର ପକ୍ଷରେ ଘଟଣା ନେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣାଙ୍କୁ ଏ ସଂପର୍କରେ ତଦନ୍ତ କରି ଉପ ଜିଲ୍ଲାପାଳ ଏବଂ ହିଞ୍ଜିଳି ଥାନା ଙ୍କୁ ଜଣାଇବା ନିମନ୍ତେ କହିଛନ୍ତି । ଏହାସହ ବିଧବା ମାଆ ଜାନକି ଓ ତାଙ୍କ ସାନ ପୁଅ ଦିବ୍ୟାଙ୍ଗ ଶ୍ରୀନିବାସ ନ୍ୟାୟ ପ୍ରଦାନ ନିମନ୍ତେ ଗଂଜାମ ଏସପିଙ୍କୁ ଭେଟି ମଧ୍ୟ ଏକ ଲିଖିତ ସ୍ମାରକ ପତ୍ର କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ