ନ୍ୟାୟ, ଶାନ୍ତି ଓ ସଦଭାବନା ସମାଜର ସଭା ଓ ଶୋଭାଯାତ୍ରା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ନ୍ୟାୟ , ଶାନ୍ତି ଓ ସଦଭାବନା ସମାଜର ସଭା ଓ ଶୋଭଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି। ସମାଜର ସଭାପତି ପ୍ରସନ୍ନ ବିଶୋୟୀଙ୍କ ନେତୃତ୍ୱରେ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ମାଦିକୁନ୍ଦା ଛକରୁ ବାହାରି ଜିଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ପହଞ୍ଚିବା ପରେ ୧୩ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଦାବି ପ୍ରକାରେ ୨୦୦୭ ଓ ୨୦୦୮ କନ୍ଧମାଳ ହିଂସାକାଣ୍ଡରେ ପ୍ରପୀଡ଼ିତମାନଙ୍କୁ ନ୍ୟାୟ ଓ ଥଇଥାନ ନିଶ୍ଚିତକରଣ ନିମନ୍ତେ ବନ୍ଦ କାରାଯାଇଥିବା ୨୧୫ ମାମଲାକୁ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାରେ ପୁନର୍ବିଚାର କରିବା, ଖ୍ରୀଷ୍ଟିଆନ୍ ବିରୋଧୀ ହିଂସାକାଣ୍ଡରେ ସଂପୃକ୍ତ ସରକାରୀ କର୍ମକର୍ତ୍ତା ମାନଙ୍କର ଉତ୍ତର ଦାୟିତ୍ୱକୁ ବିଚାର କରି ଅନୁଶାସନ ଗ୍ରହଣ କରିବା , ପ୍ରଧାନମନ୍ତ୍ରୀଙ୍କ ୧୫ ସୂତ୍ରୀ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା, ୨୦୦୮ ହିଂସାରେ ପ୍ରପିଡ଼ୀତ ପରିବାରକୁ ଅଧିକ ଆର୍ଥିକ ସାହାର୍ଯ୍ୟ ପ୍ରଦାନ କରିବା, ନ୍ୟାୟଧୀଶ ରଙ୍ଗନାଥ କମିଶନଙ୍କ ରିପୋର୍ଟକୁ ତୁରନ୍ତ କାର୍ଯ୍ୟକାରି କରିବା, ଓଡ଼ିଶା ଧର୍ମ ସ୍ୱାଧୀନତା ଆଇନ ପରି ଧର୍ମ ବିରୋଧୀ ଆଇନକୁ ଉଚ୍ଚେଦ କରିବା ସହିତ କନ୍ଧମାଳ ଜିଲାର ତୁମୁଡ଼ିବନ୍ଧ, ବାଲିଗୁଡ଼ା, କ.ନୂଆଗାଁ ବ୍ଳକକୁ ସଂଖ୍ୟାଲଘୁ ବ୍ଳକର ମାନ୍ୟତା ଦେବା ଭଳି ୧୩ ଦଫା ଦାବି କରାଯାଇଛି। ଦାବିପତ୍ର ପ୍ରଦାନ ପରେ ପରେ କରୋନେସନ୍ ପଡ଼ିଆ ଠାରେ ଅନୁଷ୍ଠିତ ବିରାଟ ସାଧରଣ ସଭାରେ ଶ୍ରୀ ବିଶୋୟୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଅଶୋକ କୁମାର ପାଣ୍ଡେଓ ମୁଖ୍ୟବକ୍ତା ଭାବେ ପ୍ରଫେସର ଲକ୍ଷ୍ମଣ ୟାଦବ୍ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଅଭିରାମ ମଲିକ ଓ ଅମୀୟ ପାଣ୍ଡେ, ଫୁଲବାଣୀ ପୂର୍ବତନ ବିଧାୟକ ଦୁଗୁନି କହଁର , ଜାଗତ୍ର କନ୍ଧମାଳର ପ୍ରତିଷ୍ଠାତା ସତ୍ୟ ନାରାୟଣ ବେହେରା, ବିଶପ ଦିଲୀପ ବଳ, ସଂଗ୍ରାମ ମଲିକ, ଅନିଲ୍ ମଲିକ, ଲୁଧିଆ ଦିଗାଲ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ। ଅଭୟ ସୁନ୍ଦର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଶପ ପ୍ରକାଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ