ନ୍ୟୁଜିଲାଣ୍ଡ ଗ୍ରସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଦଳ
ମୁମ୍ବାଇ: ନ୍ୟୁଜିଲାଣ୍ଡରେ ଖେଳାହେବାକୁ ଥିବା ଟି -୨୦ ସିରଜ ପାଇଁ ବିସିସିଆଇ ଭାରତୀୟ ଦଳର ନାଁ ଘୋଷଣା କରିଛି ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ଏହା ଘରୋଇ ଦଳ ବିପକ୍ଷରେ ୫ଟି ଟି-୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟମ୍ୟାଚ୍ର ସିରିଜ୍ ଖେଳିବ । ୫ଟି ଟି -୨୦ ମ୍ୟାଚ୍ ଜାନୁୟାରୀ ୨୪ରୁ ଫେବୃୟାରୀ ୨ ପର୍ୟ୍ୟନ୍ତ ଖେଳାଯିବ। ୩ଟି ଦିନିକିଆ ମ୍ୟାଚ୍ ଫେବୃୟାରୀ ୫ରୁ ୧୧ପର୍ଯ୍ୟନ୍ତ ଖେଳାଯିବ। ୨ଟି ଟେଷ୍ଟମ୍ୟାଚ୍ ଫେବୃୟାରୀ ୨୧ରୁ ମାର୍ଚ୍ଚ ୪ ପର୍ୟ୍ୟନ୍ତ ଖେଳାଯିବ । ଇଣ୍ଡିଆ-ନ୍ୟୁଜିଲ୍ୟାଣ୍ଡ ଟି-ଟ୍ବେଣ୍ଟି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଶ୍ରୀଲଙ୍କା ସିରିଜରେ ବିଶ୍ରାମ ନେଇଥିବା ରୋହିତ ଶର୍ମା ଦଳକୁ ଫେରିଛନ୍ତି । ୱିକେଟ୍ କିପର ସଞ୍ଜୁ ସାମସନ ଦଳର ବାଦ୍ ପଡ଼ିଛନ୍ତି । ତାଙ୍କ ବଦଳରେ ରିଷଭ ପନ୍ଥ ସାମିଲ ହୋଇଛନ୍ତି । ଅଧିନାୟକ ବିରାଟ କୋହଲିଙ୍କ ସହ ଉପଅଧିନାୟକ ରୋହିତ ଶର୍ମା, ଲୋକେଶ ରାହୁଲ, ଶିଖର ଧାୱନ, ଶ୍ରେୟସ ଆୟାର, ମନୀଷ ପାଣ୍ଡେ, ରିଷଭ ପନ୍ଥ, ଶିବନ ଦୁବେ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ୱାଶିଂଟନ ସୁନ୍ଦର, ଯଶପ୍ରିତ ବୁମରାହା, ମହମ୍ମଦ ସାମି, ନବଦୀପ ସାଇନି, ରବୀନ୍ଦ୍ର ଜାଡେଜା ଏବଂ ସାର୍ଦ୍ଦୁଳ ଠାକୁର ଦଳରେ ସ୍ଥାନ ପାଇଛନ୍ତି ।


