ନ୍ୟୁୟର୍କରେ ଥିବା ଓଡ଼ିଆ ଡାକ୍ତର ଗଞ୍ଜାମ ଜିଲ୍ଲାକୁ ସ୍ବାବ୍‌ ସଂଗ୍ରହ ଏକ ଭ୍ୟାନ୍‌ ଦେଇଛନ୍ତି

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ସବୁଠାରୁ ଅଧିକ ଚିନ୍ତାର କାରଣ ପାଲଟିଛି ଗଞ୍ଜାମ ଜିଲ୍ଲା । ଏଠାରେ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ସବୁଠାରୁ ଅଧିକ। ଏହି ମହାମାରୀ ସମୟରେ ନ୍ୟୁୟର୍କରେ ଥିବା ଓଡ଼ିଆ ଡାକ୍ତର ତାପ୍ତି ପଣ୍ଡା ମୋବାଇଲ ସ୍ବାବ୍‌ ସଂଗ୍ରହ ଓ ଟେଷ୍ଟିଂ ପାଇଁ ଗଞ୍ଜାମ ଜିଲ୍ଲାକୁ ୧୫ ଲକ୍ଷ ଟଙ୍କାର ଏକ ଭ୍ୟାନ୍‌ ଦେଇଛନ୍ତି। ଯାହାକି ତାଙ୍କର ଓଡ଼ିଶା ଜନସାଧାରଣଙ୍କ ପାଇଁ ଉତ୍ସର୍ଗ ଏବଂ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ହୃଦୟବାନ ମନୋଭାବକୁ ଦର୍ଶାଉଛି। ଏଥିପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ