ନ୍ୟୁ ଷ୍ଟାର ସ୍ଵେଚ୍ଛାସେବୀ ସଙ୍ଗଠନର ପ୍ରଥମ ବନ୍ଧୁ ମିଳନ
ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ): ମଙ୍ଗଳବାର 72 ତମ ସାଧାରଣତନ୍ତ୍ର ଦିବସ ଅବସରରେ ନ୍ୟୁ ଷ୍ଟାର ସ୍ଵେଚ୍ଛାସେବୀ ସଙ୍ଗଠନର ପ୍ରଥମ ବନ୍ଧୁ ମିଳନ ପର୍ବ ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁରସ୍ଥିତ ମାଆ ବୁଢାକେନ୍ଦୁ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି I ସଙ୍ଗଠନ ଅଧ୍ୟକ୍ଷ ଜଗନ୍ନାଥ ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦି ଗ୍ରେଟ୍ ଫ୍ରେଣ୍ଡସ୍ ଗୃପ୍ ଅଧ୍ୟକ୍ଷ ସତ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଦସ୍ୟ ଶିଶିର କୁମାର ସ୍ୱାଇଁ, ଶିବ ପ୍ରସାଦ ପାତ୍ର, ଗୋବିନ୍ଦା ପାତ୍ର ଏବଂ କରୁଣାକର ବିଷୋୟୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଗଣତନ୍ତ୍ର ରାଷ୍ଟ୍ରରେ ଯୁବକ ମାନଙ୍କ ଭୂମିକା ଉପରେ ବକ୍ତବ୍ୟ ପ୍ରଦାନ କରିବା ସହିତ ଆଗାମୀ ଦିନରେ ନ୍ୟୁ ଷ୍ଟାର ସଙ୍ଗଠନକୁ ଆଗେଇ ନେବାକୁ ଦି ଗ୍ରେଟ ଫ୍ରେଣ୍ଡସ୍ ଗୃପ୍ ସର୍ବଦା ମାର୍ଗଦର୍ଶନ କରିବାକୁ ପ୍ରସ୍ତୁତ ଥିବା କଥା ସଦସ୍ୟ ଶିବ ପ୍ରସାଦ ପାତ୍ର ପ୍ରକାଶ କରିଥିଲେ I ସେହିପରି ନ୍ୟୁ ଷ୍ଟାର ସଙ୍ଗଠନ ସର୍ବଦା ଦି ଗ୍ରେଟ୍ ଫ୍ରେଣ୍ଡସ୍ ଗୃପ୍ ର ଏକ ଅଭିନ୍ନ ଅଙ୍ଗ ଭାବେ ରହି ଗୃପ୍ ର ରକ୍ତ ଦାନ ଶିବିର, ବୃକ୍ଷରୋପଣ,ଷ୍ଟ୍ରିଟ୍ ଷ୍ଟୋର୍ ଭଳି ପ୍ରତ୍ୟେକ ସାମାଜିକ କାର୍ଯ୍ୟରେ ସହଯୋଗର ହାତ ବଢାଇବ ବୋଲି ସଙ୍ଗଠନ ଅଧ୍ୟକ୍ଷ ଜଗନ୍ନାଥ ବିଷୋୟୀ ପ୍ରକାଶ କରିଥିଲେ I ଏହି ଅବସରରେ ଦି ଗ୍ରେଟ୍ ଫ୍ରେଣ୍ଡସ୍ ଗୃପ୍ ଏବଂ ନ୍ୟୁ ଷ୍ଟାର ସ୍ଵେଚ୍ଛାସେବୀଙ୍କ ମଧ୍ୟରେ ହୋଇଥିବା ଏକ ସନ୍ତରଣ ପ୍ରତିଯୋଗିତା ରେ ଶିବ ପ୍ରସାଦ ପାତ୍ର ବିଜୟୀ ହୋଇଥିଲେ I କାର୍ଯ୍ୟକ୍ରମରେ ନ୍ୟୁ ଷ୍ଟାର ସଙ୍ଗଠନ ସଦସ୍ୟ ନୀଳକଣ୍ଠ ବେହେରା, ରବିନ୍ଦ୍ର ବିଷୋୟୀ, ଅନୀଲ ପୋଲାଇ,ଜଗନ୍ ପ୍ରଧାନ , ରାଜା ସ୍ୱାଇଁ, କାହ୍ନା ବିଷୋୟୀ ,ଶଶାଙ୍କ ଶେଖର ସ୍ୱାଇଁ, ଜଗନ୍ନାଥ ବିଷୋୟୀ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଆଗାମୀ ଦିନରେ ସଙ୍ଗଠନ ପାଇଁ ଅଧିକ ସଭ୍ୟ ସଂଗ୍ରହ ଏବଂ ସମାଜ କଲ୍ୟାଣକାରୀ କାର୍ଯ୍ୟ ଜାରି ରହିବ ବୋଲି ସଙ୍ଗଠନ ଉପାଧ୍ୟକ୍ଷ ସମୀର୍ ବିଷୋୟୀ ପ୍ରକାଶ କରିଥିଲେ I ଶେଷରେ ରବିନ୍ଦ୍ର ବିଷୋୟୀ ଧନ୍ୟବାଦ ଜ୍ଞାପନ କରିଥିଲେ I


