ନଡ଼ିଆ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଲା ଫାନି

ପୁରୀ(ଯୁଗାବ୍ଦନ୍ୟୁଜ) ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ନଡିଆ ଚାଷ ପାଇଁ ପ୍ରସିଦ୍ଧ । ଏଠାରୁ ଉତ୍ପାଦିତ ହେଉଥିବା ନଡିଆ ରାଜ୍ୟ ତଥା ରାଜ୍ୟ ବାହାରକୁ ରପ୍ତାନି କରାଯାଇଥାଏ । ତେବେ ଚଳିତ ବାତ୍ୟା ଫାନିରେ ନଡିଆ ଚାଷ ସଂପୂର୍ଣ୍ଣ ଭାବେ ନଷ୍ଟ ହେବା ସହ ଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ବାତ୍ୟାରେ ସାକ୍ଷୀଗୋପାଳ ସମେତ ପୁରୀ ସଦର, କୋଣାର୍କ, ନିମାପଡା, ଗୋପ, ପିପିଲି ପ୍ରଭୃତି ଅଞ୍ଚଳରେ ବ୍ୟାପକ ନଡିଆ ଚାଷ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ତେବେ ଚାଷୀଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ