ନୟନଜୋରୀକୁ ଓଲଟିଲା ଟ୍ରକ
ବନ୍ତ, (ଯୁଗାବ୍ଦ ନ୍ୟୁଜ୍) : ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଛକ ନିକଟରେ ଶନିବାର ବିଳମ୍ଭିତ ରାତିରେ ଏକ ହାଇୱା ଟ୍ରକ ଓଲଟି ପଡିଛି । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି । ସୂଚନା ଅନୁଯାୟୀ ତିହିଡି ଅଂଚଳର ଓଡି .୨୨ ଜି .୭୮୧୧ ନଂ ଟ୍ରକ ଗାଡିଟି ଭଦ୍ରକରୁ ଆନନ୍ଦପୁର ବାଲି ଆଣିବାକୁ ଯାଉଥିବା ସମୟରେ ରାତ୍ର ୩ ଘଣ୍ଟା ସମୟରେ ଟ୍ରକ ଡ୍ରାଇଭର ଭାରସାମ୍ୟ ହରାଇ ନୟନଜୋରୀକୁ ଟ୍ରକଟି ଓଲଟି ପଡିଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ଟ୍ରକ ମାଲିକ ଟ୍ରକଟିକୁ ସେହି ସ୍ଥାନରୁ ଟ୍ରକ ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଛି ।


