ନୟନା କୁମାରୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ଅପରାହ୍ନରେ ଯୋଗ ମହୋତ୍ସବ ସମିତି ଓ କାଳୀ ମନ୍ଦିର ଯୋଗ କେନ୍ଦ୍ରର ମିଳିତ ସହଯୋଗରେ ଏକ ଚାରାରୋପଣ କାର୍ଯ୍ୟକ୍ରମ ନୟନାକୁମାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍କୁଲ୍‌ର ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ଜେନାଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ସୁଦର୍ଶନ ଜେନା, କମଳଲୋଚନ ରଣା, ମଣିଭଦ୍ର ରାଉତ, ଶିକ୍ଷୟିତ୍ରୀ ସ୍ୱାଗତିକା ରାଜ, ସଂଯୁକ୍ତା ତ୍ରିପାଠୀ, ଛାତ୍ରଛାତ୍ରୀ, ଯୋଗ ମହୋତ୍ସବ ସମିତିର ଜିଲ୍ଲା ସଂଯୋଜକ ଗୋପାଳ ଚନ୍ଦ୍ର ନାୟକ, ସଂଯୋଜିକା ଦମୟନ୍ତୀ ମହାପାତ୍ର ଏବଂ ସମାଜସେବୀ ଦେବାଶିଷ ନାୟକ ପ୍ରମୁଖ ଭାଗ ନେଇଥିଲେ । ବିଭିନ୍ନ ଔଷଧୀୟ ବୃକ୍ଷ ସହିତ ଫୁଲଗଛ ମଧ୍ୟ ସ୍କୁଲ୍ ପରିସରରେ ଲଗାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ