ନୟାଗଡରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାକୁ ବିଧାୟକଙ୍କ ନିନ୍ଦା

ହାଟଡିହି,(ବିକାଶ ବିଶ୍ୱାଳ): ନୟାଗଡ ଜିଲ୍ଲାରେ ପରୀ ହତ୍ୟାକାଣ୍ଡ ଘଟଣାର ଖବର ସଂଗ୍ରହ ପାଇଁ ଯାଇଥବବାବେଳେ ନନ୍ଦିଘୋଷ ଟିଭିର ସାମ୍ବାଦିକଙ୍କ ଉପରେ ଯେପରି ଆକ୍ରମଣ କରାଗଲା ତାହାକୁ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଦୃଢ଼ ଭାବରେ ନିନ୍ଦା କରିଛନ୍ତି । ଗଣମାଧ୍ୟମ ସବୁବେଳେ ଲୋକଙ୍କ ପାଇଁ କାମ କରିବା ସହିତ ଲୋକଙ୍କର ସମସ୍ୟାକୁ ଲୋକ ଲୋଚନକୁ ଆଣୁଥିବାବେଳେ ସମାଜର ଚତୁର୍ଥ ସ୍ତମ୍ବ ଉପରେ ଏପରି ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଆକ୍ରମଣକାରୀ ମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ