ନୟାସବେରା ୟୁଥ୍ ଟ୍ରଷ୍ଟ ପକ୍ଷରୁ ରାଜ୍ୟସ୍ତରୀୟ ସାହିତ୍ୟ ଆସର

ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡା ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନୟା ସବେରା ୟୁଥ୍ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟଟାଉନହଲ ଠାରେ ରାଜ୍ଯସ୍ତରୀୟ କବି ସମ୍ମିଳନୀ, କବିତା ପାଠୋତ୍ସବ,ବିଶ୍ଵ ଦରବାର ରେ ରଥଯାତ୍ରା ସମ୍ପର୍କ ରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଉକ୍ତ ସମାରୋହ ରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଓ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି, ପୂର୍ବତନ ସାଂସଦ ଡ଼ଃ. ପ୍ରସନ୍ନ କୁମାର ପାଟ୍ଟଶାଣୀ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସାହିତ୍ୟିକ ସଂଗ୍ରାମ କେଶରୀ ସାମନ୍ତ ରାୟ, ଲେଖିକା ରୋଜାଲିନ ସେନାପତି, ପ୍ରାଚୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦିଲୀପ ସେନାପତି, ସ୍ତମ୍ଭକାର ଲକ୍ଷ୍ମଣ ସାହୁ, ବ୍ୟଙ୍ଗ କବି ହାସ୍ୟ କୁମୁଦ ସମ୍ପଦ କୁମାର ରଥ, ଜୀବନ ଜ୍ୟୋତି ଶତପଥୀ, ପୁଷ୍ପଲତା ମିଶ୍ର, ଶିକ୍ଷାବିତ୍ ଜଗତ ପ୍ରସାଦ ସାବୁତ, ପ୍ରବଚିକା ଡଃ.ବିଦ୍ୟୁତ୍ ପ୍ରଭା ମିଶ୍ର , ସୁରେନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗଦାନ କରି ବିଶ୍ବ ର ବିଭିନ୍ନ ଦେଶ ରେ ହେଉଥିବା ରଥଯାତ୍ରା ସମ୍ପର୍କ ରେ ଆଲୋଚନା କରିଥିଲେ। ଏହି ଅବସର ରେ ରାଜ୍ୟ ର ୩୯ ଜିଲ୍ଲା ରୁ ଆସିଥିବା ପ୍ରାୟ ୧୧୦ ଜଣ କବି ଓ କବୟିତ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ସେମାନଙ୍କ ର ସ୍ୱ ରଚିତ କବିତା ପାଠ କରିଥିଲେ। ଶେଷରେ ୧୨୦ ଜଣ କୃତୀ ପ୍ରତିଭା ଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସର ରେ ଆମ ପ୍ରତିନିଧି ସାମ୍ୱାଦିକ ସନ୍ତୋଷ ଦାଶ ଙ୍କୁ ନୀଳଚକ୍ର ସମ୍ମାନ ରେ ସମ୍ମାନୀତ କରାଯାଇଥିଲା।ଟ୍ରଷ୍ଟ ର ସମ୍ପାଦକ ନିର୍ମଳ ପରିଡା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଜୀବନ ଜ୍ୟୋତି ଶତପଥୀ, ଜନ ରଞ୍ଜନ ପ୍ରଧାନ, ସୁମୀତା ଭାଟିଆ, ସୁଲଗ୍ନା ସାହୁ, ସଙ୍ଗୀତା ଦାଶ, ଶ୍ରଦ୍ଧାଞ୍ଜଳି ଓଝା, ବର୍ଷା ବେହେରା, ଜଗବନ୍ଧୁ ପରିଡ଼ା, ପ୍ରଦୀପ୍ତ ସ୍ବାଇଁ ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ