ନୟାହାଟରେ ଉପ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ନିମାପଡ଼ା,(ସନ୍ତୋଷ ଦାଶ): ପୁରୀ ଜିଲ୍ଲା ଗୋପ ବ୍ଳକ ନୟାହାଟ ସ୍ଥିତ ଅନନ୍ତ ବାସୁଦେବ ମନ୍ଦିର ଠାରେ ନିମାପଡା ବିଜେପି ବିଧାୟିକା ତଥା ଜିଲ୍ଲାର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସହିତ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଓ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କୁ ନୟାହାଟ ବିଜେପି ମଣ୍ଡଳ ପକ୍ଷରୁ ପୁଷ୍ପଗୁଚ୍ଛ, ପୁଷ୍ପମାଲ୍ୟ ଓ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସ୍ୱାଗତ ସମ୍ବର୍ଦ୍ଧନା ପରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଅନନ୍ତ ବାସୁଦେବଙ୍କୁ ଦର୍ଶନ କରିଥିଲେ ।ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ନିମାପଡା ବ୍ଲକର ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ,ନୟାହାଟ ବିଜେପି ମଣ୍ଡଳ ସଭାପତି ଦିନକୃଷ୍ଣ ମହାନ୍ତି, ନାରୀ ନେତ୍ରୀ ରାଜଲଷ୍ମୀ ଦାସ,ଲଜି ସାହୁ, ମାନସ ସାହୁ,କ୍ଷୀରୋଦ କୁମାର ବେହେରା,ପ୍ରଫୁଲ ପରିଡା, ମାନସ ପାତ୍ର,କେଦାର ସାହୁ, ବାସୁଦେବ ସାହୁ, ସନ୍ତୋଷ ଆଚାର୍ଯ୍ୟଙ୍କ ସହିତ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।ଶେଷରେ ଖୁସିରେ କର୍ମୀ ମାନଙ୍କ ମଧ୍ୟରେ ମିଠା ବଣ୍ଟନ ହୋଇଥିଲା । ଏହା ପରେ ଶ୍ରୀମତୀ ପରିଡ଼ା ଯୋଗେଶ୍ୱରପୁର ଠାରେ ଥିବା ତାଙ୍କ ଭଉଣୀ ଓ ଭିଣୋଇଙ୍କ ଘରକୁ ଯାଇ ତାଙ୍କ ପରିବାର କୁ ଭେଟିଥିଲେ। ତାଙ୍କ ଭଉଣୀ ଙ୍କ ପରିବାର ପକ୍ଷରୁ ତାଙ୍କୁ ମିଠା ଦହି ଖାଇବାକୁ ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ