ନୟାହାଟର ନୂଆମଠ ଓ ଶ୍ମଶାନ ଘାଟ ଠାରେ କାଳୀ ପୂଜା ଅନୁଷ୍ଠିତ

ନିମାପଡ଼ା,( ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ନୟାହାଟର ପ୍ରାଚୀ ଗୁରୁ ଧର୍ମକ୍ଷେତ୍ର (ନୂଆ ମଠ) ଓ ଶ୍ମଶାନ ଘାଟ ଠାରେ ଗୁରୁବାର ଦିନ ମା ଶ୍ୟାମାକାଳୀ ଙ୍କ ପୂଜା ଉତ୍ସବ ଯଥା ରୀତି ଅନୁଯାୟୀ ପାଳିତ ହୋଇଯାଇଛି। ନୂଆମଠ ଠାରେ ଚାଲୁଥିବା କାର୍ତ୍ତିକ ଅବକାଶ ପରେ ପଞ୍ଚତୀର୍ଥ ଜଳ ରେ ଆଶ୍ରମ ର ମୁଖ୍ୟ ବାବାଜୀ ଦାମୋଦର ଦାସ ଙ୍କ ତତ୍ତ୍ଵାବଧାନ ରେ ମା ଶ୍ୟାମାକାଳୀ ଙ୍କ ସ୍ନାନ କରାଯାଇ ପଞ୍ଚପଲ୍ଲବ କଳସ ସ୍ଥାପନ କରାଯାଇ ଷୋଡଶ ଉପଚାର ରେ ପୂଜାର୍ଚନା କରାଯାଇଥିଲା। ହରିବୋଲ, ହୁଳହୁଳି, ଶଙ୍ଖ ଧ୍ୱନି ରେ ଆଶ୍ରମ ପରିସର କମ୍ପି ଉଠିଥିଲା।ମା ଙ୍କ ନିକଟରେ ପହିଲି ଭୋଗ,ରାଜଭୋଗ ଓ ପଣା ଭୋଗ ଲାଗି ହୋଇଥିଲା।ଏହି କାଳୀ ପୂଜା ଗୁରୁଦେବ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନ ଙ୍କ ନିର୍ଦ୍ଦେଶ ରେ କେବଳ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଠାରୁ ଭିକ୍ଷା କରି କରାଯାଇଥାଏ। ମା ଙ୍କ ପୂଜା ପାଇଁ ବାବାଜୀ ଦାମୋଦର ଦାସ, ପୂର୍ଣ୍ଣାନନ୍ଦ ଦାସ, ରାଜୁ ଭାଇ, ପ୍ୟାରୀ ଭାଇ, ମିଟନ ଭାଇ, ବସନ୍ତ ଭାଇ, ଚରଣ ଭାଇ, ଓ ସୁକାନ୍ତ ଭାଇ ପ୍ରମୁଖ ନୟାହାଟ ବଜାର ସହ ସ୍ଥାନୀୟ ଅଞ୍ଚଳ ରୁ ଭିକ୍ଷା ସଂଗ୍ରହ କରିଥିଲେ । ମା ଙ୍କ ପୂଜା ପରେ ବାବାଜୀ ବିବେକାନନ୍ଦ ଦାସ ଭଜନ ପରିବେଷଣ କରିଥିଲେ। ବ୍ରାହ୍ମଣ ପୁରୋହିତ ଙ୍କ ଦ୍ୱାରା ବେଦ ପାଠ, ଚଣ୍ଡୀ ପାଠ, ହୋମ ଯଜ୍ଞ କରାଯାଇ ବିଳମ୍ୱିତ ରାତି ରେ ମା ଙ୍କ ପାଖରେ ପାଣି କଖାରୁ ବଳି ଦିଆ ଯାଇଥିଲା ।
ସେହିପରି ନୟାହାଟ ର ଶ୍ମଶାନ ଘାଟ ଠାରେ ଶ୍ୟାମା କାଳୀ ପୂଜା କମିଟି ପକ୍ଷରୁ ୧୪ ତମ ବାର୍ଷିକ କାଳୀ ପୂଜା ଅନୁଷ୍ଠିତ ହେଉଛି। କର୍ତ୍ତା ଭାବେ ମାନସ କୁମାର ଦ୍ୱିବେଦୀ କାର୍ଯ୍ୟ କରୁଥିବା ବେଳେ ପୂଜକ ଭାବେ ବିଭୁତି ଭୁଷଣ ମିଶ୍ର, ପ୍ରମୋଦ ମିଶ୍ର ଓ ବ୍ରଜ କିଶୋର ଦ୍ୱିବେଦୀ ପ୍ରମୁଖ ମା ଙ୍କ ପୂଜା ନୀତି ସମ୍ପାଦନ କରୁଛନ୍ତି। ଜ୍ଞାନରଞ୍ଜନ ପାତ୍ର, ଲିପୁନ ସିଂ, ମାନସ ମହାନ୍ତି, ଚନ୍ଦନ ମିଶ୍ର, ରମେଶ କାଣ୍ଡି, ଦେବେନ୍ଦ୍ର ମହାନ୍ତି ପ୍ରମୁଖ ଙ୍କ ମିଳିତ ତତ୍ତ୍ଵାବଧାନରେ ମା ଙ୍କ ପୂଜା ନୀତି ଅନୁଷ୍ଠିତ ହେଉଛି। ରବିବାର ଦିନ ମା ଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ