ନୟାହାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ

ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ନୟା lହାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା। ଏହି ମହାବିଦ୍ୟାଳୟଟି ୧୯୯୧ ମସିହାରେ ସ୍ଥାପିତ ହୋଇଥିଲା।ଆୟୋଜିତ ୩୪ ତମ ପ୍ରତିଷ୍ଠା ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଭୋଳାନାଥ ପାତ୍ର ଅଧ୍ୟକ୍ଷତା କରିଥିଲେ। ଅଧ୍ୟାପକ ଶୁକଦେବ ନାୟକ, ରାଜ କିଶୋର ଦାଶ, ଅଧ୍ୟାପିକା ବବିତା ମାଝି, ଭାବଗ୍ରାହୀ ଜେନା, ପରେଶ ପ୍ରଧାନ, ଅଜିତ କୁମାର ନାୟକ, ଜିତେନ୍ଦ୍ର ପାତ୍ର ପ୍ରମୁଖ ଉତ୍ସବରେ ଯୋଗଦାନ କରି ଅନୁଷ୍ଠାନକୁ ପ୍ରତିଷ୍ଠା କରିଥିବା ବ୍ୟକ୍ତି ମାନଙ୍କର ପ୍ରଶଂସା କରିବା ସହିତ ମହାବିଦ୍ୟାଳୟର କୃତିତ୍ୱ ଓ ଗାରିମା ସଂପର୍କରେ ନିଜ ନିଜର ମତ ପ୍ରକାଶ କରିଥିଲେ। ଇଂରାଜୀ ବିଭାଗ ଅଧ୍ୟାପକ ତଥା ପ୍ରଶାସନିକ ଅଧିକାରୀ ରତିକାନ୍ତ ଦାସ ଉତ୍ସବକୁ ପରିଚାଳନା କରିଥିଲେ। ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ର, ଛାତ୍ରୀ,କର୍ମଚାରୀମାନେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ