ନୟାହାଟ ଠାରେ ୪୨ ବର୍ଷ ଧରି ଚାଲିଛି ସାର୍ବଜନୀନ ଦୁର୍ଗା ପୂଜା

ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅନ୍ତର୍ଗତ ଗୋପ ବ୍ଲକ ନୟାହାଟ ସ୍ଥିତ ଦୁର୍ଗା ମଣ୍ଡପ ଠାରେ ଦୂର୍ଗା ପୂଜା ପାଇଁ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବଙ୍ଗୀୟ କାରିଗର ମାନେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ କରୁଛନ୍ତି। ଏଠାରେ ଦୀର୍ଘ ୪୨ ବର୍ଷ ଧରି ନୟାହାଟ ବ୍ୟବସାୟୀ ସଂଘ, ପାନ ଚାଷୀ ଓ ବ୍ୟବସାୟୀ ସଂଘ ପକ୍ଷରୁ ମିଳିତ ଭାବେ ଦୁର୍ଗା ପୂଜା ଶାନ୍ତି ଶୃଙ୍ଖଳାର ସହିତ ହୋଇ ଆସୁଛି ବୋଲି କହିଛନ୍ତି ପୂଜା କମିଟିର ସୁରେନ୍ଦ୍ର ମୋହନ ବିଟି। ତାଙ୍କ ସୂଚନାନୁସାରେ ଷଷ୍ଠୀ ତିଥିରେ ପ୍ରାଚୀ ନଦୀର ପୁରରବା ତୀର୍ଥ ଠାରୁ କଳସରେ ଶୁଦ୍ଧ ଜଳ ଅଣାଯାଇ ମଣ୍ଡପରେ ସ୍ଥାପନ ହେବ। ମହା ସପ୍ତମୀ ତିଥିରେ ମାଙ୍କ ଚକ୍ଷୁ ଦାନ କରାଯାଇ ପାରମ୍ପରିକ ପ୍ରଥାନୁସାରେ ପୂଜାର୍ଚ୍ଚନା ଆରମ୍ଭ ହେବ। ଏହି ପୂଜା ରେ ଦୀର୍ଘ ୧୨ ବର୍ଷ ଧରି ପାନ ଚାଷୀ ଭଗବାନ ଦୁବେ କର୍ତ୍ତା ହୋଇ କାର୍ଯ୍ୟ କରି ଆସୁଛନ୍ତି ପୋଡପୋଡାର ବଙ୍ଗୀୟ ପୂଜକ ଉମାକାନ୍ତ ମୁଖାର୍ଜୀ ମାଙ୍କ ସମସ୍ତ ପୂଜା ନୀତି ଅନୁଷ୍ଠିତ କରିବାକୁ ଥିବାବେଳେ ପଣ୍ଡିତ କାହ୍ନୁ ଚରଣ ମିଶ୍ର, ଜ୍ୟୋତି ପ୍ରକାଶ ମିଶ୍ର, ଭଗବାନ ପାଢ଼ୀ ପୂଜା କାର୍ଯ୍ୟ, ହୋମ ପ୍ରଭୃତିରେ ସାହାଯ୍ୟ ସହଯୋଗ ଯୋଗାଇ ଦେବେ। ମହା ନବମୀ ଠାରୁ ମଣ୍ଡପ ସମ୍ମୁଖ ରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ