ନୟାହାଟ ରେ ସାର୍ବଜନୀନ ଦୂର୍ଗାପୂଜା ଆରମ୍ଭ

ନିମାପଡ଼ା, (ସନ୍ତୋଷ ଦାସ):ପୁରୀ ଜିଲ୍ଲା ର ନୟାହାଟ ଠାରେ ନୟାହାଟ ବ୍ୟବସାୟୀ ସଂଘ ଓ ପାନ ବ୍ୟବସାୟୀ ସଂଘ ପକ୍ଷରୁ ସ୍ଥାନୀୟ ବ୍ୟବସାୟୀ, ପାନ ଚାଷୀ ,ଧାନ ଚାଷୀ ଙ୍କ ସାହାଯ୍ୟ ସହଯୋଗ ରେ ଆରମ୍ଭ ହୋଇଛି ସାର୍ବଜନୀନ ଦୂର୍ଗାପୂଜା । ଷଷ୍ଠୀ ତିଥି ରେ ବିଲ୍ଵବରଣ କାର୍ଯ୍ୟ କରାଯାଇ ଆଜି ମଣ୍ଡପ ରେ ମା ଙ୍କ ଚକ୍ଷୁଦାନ ପରେ ସର୍ବସାଧାରଣ ମା ଙ୍କୁ ଦର୍ଶନ କରୁଛନ୍ତି। ମଣ୍ଡପ ସମ୍ମୁଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ବାଦିପାଲା ଅନୁଷ୍ଠିତ ହେଉଛି।ଅଷ୍ଟମୀ ସଂଧ୍ୟା ରେ ଡ୍ୟାନ୍ସ ଡ୍ୟାନ୍ସ କାର୍ଯ୍ୟକ୍ରମ,ନବମୀ ସଂଧ୍ୟା ରେ ମେଲୋଡି କାର୍ଯ୍ୟକ୍ରମ,ବିଜୟା ଦଶମୀ ବା ଦଶହରା ସଂଧ୍ୟା ରେ ଭଜନ ସମାରୋହ ଓ ୨୫ ତାରିଖ ଦିନ ରେ ଭସାଣି ଯାତ୍ରା ଅନୁଷ୍ଠିତ ହେବ ବୋଲି ବ୍ୟବସାୟୀ ସଂଘ ର ସୁରେନ୍ଦ୍ର ମୋହନ ବିଟି ସୂଚନା ଦେଇଛନ୍ତି। ଚାଷୀ ଭଗବାନ ଦୁବେ କର୍ତ୍ତା ହୋଇଥିବାବେଳେ ପୂଜକ ଭାବେ ମା ଙ୍କ ପୂଜା ନୀତି ପଣ୍ତିତ କାହୁଁ ଚରଣ ମିଶ୍ର, ଜ୍ୟୋତି ପ୍ରକାଶ ମିଶ୍ର, ଭଗବାନ ପାଢ଼ୀ ଅନୁଷ୍ଠିତ କରୁଛନ୍ତି। ମା ଙ୍କୁ ଦର୍ଶନ କରିବାକୁ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ନୟାହାଟ ଦୁର୍ଗା ମଣ୍ଡପ ଠାରେ ପ୍ରବଳ ଭିଡ଼ ଲାଗିଛି। ନୟାହାଟ ଫାଣ୍ଡି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ