ନୟାହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ର ରେ ୫ ଟି ଉଚ୍ଚ ବିଦ୍ୟାଳୟ ର ୨୮୩ ପରୀକ୍ଷାର୍ଥୀ
ନିମାପଡ଼ା, (ସନ୍ତୋଷ ଦାଶ):୨୦ ତାରିଖ ମଙ୍ଗଳବାର ଠାରୁ ସମଗ୍ର ରାଜ୍ୟ ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷ ର ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ପୁରୀ ଜିଲ୍ଲା ଗୋପ ବ୍ଲକ ନୟାହାଟ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ର ରେ ପାଟପୁର ବରୁଣେଇ ବିଦ୍ୟାପୀଠ ର ୭୯ ଜଣ ପରୀକ୍ଷାର୍ଥୀ,କୋରୁଆଳପାଞ୍ଚଣ ଦେଶବନ୍ଧୁ ନୋଡାଲ ହାଇସ୍କୁଲ ର ୪୦ ଜଣ,କାକଟପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ୫୬ ଜଣ, ନୟାହାଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ୨୦ ଜଣ, ଗୋପିକାନ୍ତପୁର ଉଚ୍ଚ ବିଦ୍ୟାଳୟ ର ୯୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦବାକଥା। କିନ୍ତୁ କାକଟପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଜଣେ ଓ ପାଟପୁର ବରୁଣେଇ ବିଦ୍ୟାପୀଠ ର ଜଣେ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିବା କାରଣ ରୁ ସମୁଦାୟ ୨୮୫ ବଦଳରେ ୨୮୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି ବୋଲି କହିଛନ୍ତି ଉକ୍ତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଅଶୋକ କୁମାର ମହାନ୍ତି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଓ ଶାନ୍ତି ଶୃଙ୍ଖଳା ର ସହିତ ନୟାହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷାକେନ୍ଦ୍ର ରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଚାଲିଛି।