ପ।ଟଯୋଶୀଙ୍କ ଘରୁ ଗତ ବିଳମ୍ବିତ ରାତିରେ ୪୦ ଭରି ସୁନା, ବୁଲେଟ ଓ ଟିଭି ଲୁଟ
କଳାହାଣ୍ଡି,(ୱାଇଏନ୍ଏସ୍): କଳାହାଣ୍ଡି ଜାତୀୟ ରାଜପଥ ୨୬ କୋକସର। ବ୍ଲକ ମୋଟେର ଫାଣ୍ଡି ଅନ୍ତର୍ଗତ ମୋଟେର ଗ୍ରାମର ଯଯାତି ପ।ଟଯୋଶୀଙ୍କ ଘରୁ ଗତ ବିଳମ୍ବିତ ରାତିରେ ବନ୍ଧୁକ ମୁନରେ ୪୦ ଭରି ସୁନା, ବୁଲେଟ ଓ ଟିଭି ଲୁଟ ହୋଇଛି । ୫ ମୁଖା ପିନ୍ଧା ଦୁର୍ବୁତ୍ତ ବନ୍ଧୁକ ମୁନରେ ଲୁଟ କରିଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ କୋକସର। ପୋଲିସ ,ମୋଟେର ଫାଣ୍ଡି ଅଧିକାରୀ ଓ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।