ପଂଚଦଣ୍ଡ ପରିଚାଳନା କମିଟିର ନୁତନ କର୍ମକ୍ରତା
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ପଂଚୁଦଣ୍ଡ ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ଏଥିରେ କମିଟିର ନୁତନ କର୍ମକ୍ରତା ଚୟନ କରାଯାଇଛି । ସଭାପତି ଭାବରେ ରାଜ କିଶୋର ଦାସ,ଉପସଭାପତି ବଂଶୀଧର ପଣ୍ଡା,ସମ୍ପାଦକ ମଦନ ମୋହନ ପାଢୀ,ସହ ସମ୍ପାଦକ ଭଗବବାନ ପଣ୍ଡା.କୋଷାଦକ୍ଷ ଭାବେ ସୁରେଶ ଚନ୍ଦ୍ର ମହାନ୍ତୀ,ଅଧିକାରୀ ଭାବେ ଶିବରାମ ପ୍ରଧାନୀ,ଉପଅଧିକାରି ସୁବାଷ କହଁର ଓ ଉପଦେଷ୍ଟା ଭାବେ ଅଶୋକ କୁମାର ପଟ୍ଟନାୟକ,ସୋମନାଥ ପଣ୍ଡା ଓ ଯୋଗେନ୍ଦ୍ର ଜେନା ପ୍ରମୁଖ ମନୋନିତ ହୋଇଛନ୍ତି ।ଏହାପରେ କମିଟି ଦ୍ୱାରା ଆଗମି ଦିନରେ ତେରଶମ୍ଭୁ ମିଳନ ଆସନ୍ତା ଏପ୍ରିଲ ୯ତାରିଖ ରବିବାର ଦିନ ବଜାର ଛକ ଠାରେ କରାଯିବା ପାଇଁ କାର୍ଯ୍ୟକ୍ରମ ରଖାଯାଇଛି । ଏଥି ନିମନ୍ତେ ପ୍ରସ୍ତୁତି କରିବା ପାଇଁ ଆଲୋଚନା କରାଯାଇଛି । ହେବାକୁ ଥିବା ଏହି ତେରଶମ୍ଭୁ ମିଳନ କାର୍ଯ୍ୟକ୍ରମରେ କମିଟିର ସମସ୍ତ ସଦସ୍ୟ ମାନେ ସହଯୋଗ କରିବା ପାଇଁ କମିଟିର କର୍ମକ୍ରତା ମାନେ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ ।


