ପଂଚମ ଦିନରେ ପୂଜା ପାଇଲେ ମା ଗଜଲକ୍ଷ୍ମୀ
ଛତ୍ରପୁର: ସ୍ଥାନୀୟ ଲୋୟରବସଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀବଜାର ମାର୍କେଟ କଂପେକ୍ସ ଠାରେ ମାଁ ଗଜଲକ୍ଷ୍ମୀାଙ୍କ ପୂଜା ପଂଚମ ଦିନ ପହଂଚିଛି । ଆଜି ଗୁରୁବାର ମାଁଙ୍କ ବାର ହୋଇଥିବାରୁ ସନ୍ଧ୍ୟା ରେ ମାଙ୍କ ୧୦୮ ଆଳତୀରେ ଶହ ଶହ ମହିଳା ଭକ୍ତଙ୍କ ସମାଗମ ହୋଇଥିଲା । ଏଥିରେ ରାଜ୍ୟ କୃଷିବିପଣନ ନୀଗମର ଉପଦେଷ୍ଟା ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା , ବିଜେଡି ଜିଲ୍ଲା ସଂପାଦକ ଜଗନ୍ନାଥ ସାବତ , ବିଶ୍ୱନାଥ ପ୍ରଧାନ ଏବଂ ଛତ୍ରପୁର ଏବିଇଓ ସୀତାରାମ ପାତ୍ରଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି ମାଙ୍କ ୧୦୮ ଆଳତୀ ଦର୍ଶନ କରି ଆର୍ଶୀବାଦ ଲାଭ କରିଥିଲେ । ଏହି ପୂଜା ଆଜକୁ ୧୮ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷ ଅଷ୍ଟ ମହାଲକ୍ଷ୍ମୀଙ୍କ ସହ ଜଗତର ନାଥ ଜଗନ୍ନାଥ ମହାପ୍ରଭୂଙ୍କ ସହିତ ମା ଗଜଲକ୍ଷ୍ମୀ ପୂଜା ପାଉଛନ୍ତି । ପବିତ୍ର କୁମାରପୂର୍ଣ୍ଣମୀ ଦିନ ଠାରୁ ମାଁଙ୍କ ପୂଜା ଆଚାର୍ଯ୍ୟ ସରୋଜ ଶତପଥୀ , ନୃସିଂହ ଚରଣ ପଣ୍ଡା ଓ ସୁମନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ମାଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଏହି ପୂଜା ଅକ୍ଟୋର ୨୧ତାରିଖ ପର୍ଯ୍ୟନ୍ତ ଚାଲିବ ।
ଏଥିରେ ଲକ୍ଷ୍ମୀବଜାର ପୂଜା କମିଟିର ସଭାପତି ବସନ୍ତ କୁମାର ମହାରଣା, ସଂପାଦକ ପ୍ରଦୀପ କୁମାର ସାହୁ,ଉପସଭାପତି ମନୋଜ କୁମାର ସାହୁ,ଆରତ ବିଶ୍ୱାଳ,ଅଶୋକ କୁମାର ବେହେରା,କୋଷାଧ୍ୟକ୍ଷ ଅତୁଲ କୁମାର ଦାସ,ସ୍ୱାଭିମାନ ସ୍ୱେଚ୍ଛାସେବୀ ସଙ୍ଗଠନର ସଭାପତି ତଥା ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା,କବି ତଥା ଅବସରପ୍ରାପ୍ତ ଶିକ୍ଷକ ଡି.ପ୍ରଜାଶ ରାଓ ଙ୍କ ସମେତ ସମସ୍ତ ପୂଜା କମିଟିର ସଦସ୍ୟ ପରିଚାଳନା କରୁଛନ୍ତି ।


