ପଂଚମ ସନ୍ଧ୍ୟାରେ ଛତ୍ରପୁର ମହୋତ୍ସବ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) :  ଛତ୍ରପୁର ଠାରେ ଚାଲିଥିବା ଛତ୍ରପୁର ମହୋତ୍ସବ-୨୦୧୯ ର  ରବିବାର ପଂଚମ ସନ୍ଧ୍ୟା ତଥା ଉଦଯାପନୀ ଉତ୍ସବରେ  ପ୍ରବଳ ଜନସମାଗମ ହୋଇଥିଲା   ରକ୍ ଷ୍ଟାର ରିତୁରାଜ ମହାନ୍ତିଙ୍କ ଗୀତ ଯାଦୁରେ ଝୁମିଲେ  ହଜାର ହଜାର ଦର୍ଶକ ।   ମହୋତ୍ସବର ପଂଚମ ସନ୍ଧ୍ୟାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥୀଭାବେ ଯୋଗଦେଇ  କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।  ସମ୍ମାନୀତ ଅତିଥୀଭାବେ  ଗଂଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୋନମ ପଲାଇ, ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଜଂୟ ରେଡ୍ଡୀ, ପୂର୍ବତନ ବିଧାୟକ ଡଃ.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ପୂର୍ବତନ ବିଧାୟକ ଏନ୍‌.ନାରାୟଣ ରେଡ୍ଡୀ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା,  ଅବସରପ୍ରାପ୍ତ ସଂସ୍କୃତି ବିଭାଗର ସହାୟକ ନିର୍ଦ୍ଦେଶକ କୃଷ୍ଣ ଚନ୍ଦ୍ର ନିଶଙ୍କ, ସମାଜସେବୀ ପ୍ରଫୁଲ କୁମାର ପଟ୍ଟନାୟକ ଓ ଛତ୍ରପୁର କଳା ବିକାଶ କେନ୍ଦ୍ର ସଭାପତି ଇଂ.ଆର .ସି .ପଟ୍ଟନାୟକ ପ୍ରମୁଖ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ।   ଉଦଘାଟନୀ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିରଞ୍ଚି ନାରାୟଣ ପ୍ରଧାନ  ସଂଯୋଜନା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମୁନମୁନ ସିଂ ପରିଚାଳନା କରିଥିଲେ ।    ସେହିପରି ପୁଲିସ ପ୍ରଶାସନ ପକ୍ଷରୁ  ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ,ଛତ୍ରପୁର ଏସଡିପିଓ ଗୈାତମ କିଷାନ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିକାରି ସମିଷ୍ଠା ପ୍ରଧାନଙ୍କ ସମେତ ବହୁ ପୁଲିସ ଅଧିକାରୀ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ