ପଂଚାୟତରାଜ ପ୍ରତିନିଧିଙ୍କ ସହ ସିଧାସଳଖ ଆଲୋଚନା

ଛତ୍ରପୁର -ଅନ୍ୱେଷା,ଆକ୍ସନଏଡ ଓ ମୋଟରଲା ସଲ୍ୟୁସନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ରୋଟାରୀ କ୍ଲବଠାରେ ଗ୍ରାମୀଣ ମହିଳାଙ୍କୁ ନେଇ ବିପର୍ଯ୍ୟୟ ସମସ୍ୟା ଉପରେ ଏକ ଆଲୋଚନା ଚକ୍ର ହେବା ସହ ମହିଳା ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଜନପ୍ରତିନିଧି,ପଞ୍ଚାୟତରାଜ ପ୍ରତିନିଧି ମାନଙ୍କ ସହ ସିଧାସଳଖ ଆଲୋଚନା କରାଯାଇଥିଲା । ଅନ୍ନେଷାର ସଂପାଦିକା ସାଗରୀକା ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍‌୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡ୍ଡୀ,ସମ୍ମାନୀତ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୁରୀ,ଶିକ୍ଷାବିତ କୃପାସିନ୍ଧୁ ପଣ୍ଡା,ୟୁଏଏର ସଂପାଦକ ମଙ୍ଗରାଜ ପଣ୍ଡା,ବିପୁଳିଙ୍ଗି ପଂଚାୟତର ସମିତିସଭ୍ୟ ଜୟଦେବ ଲେଙ୍କା ଯୋଗ ଦେଇ ଗ୍ରାମୀଣ ମହିଳାଙ୍କ ବିଭିନ୍ନ ସମସ୍ୟା ଓ ତାର ସମାଧାନ ଉପରେ ଆଲୋଚନା କରିଥିଲେ । ଏଥିରେ ଛତ୍ରପୁର ବ୍ଲକର ବିପୁଳିଙ୍ଗୀ,ଚମାଖଣ୍ଡି,ଭିକାରୀପଲ୍ଲୀ,ସୁନ୍ଦରପୁର ପଂଚାୟତର ୭ଟି ଗ୍ରାମ ଯଥା ଭିକାରୀପଲ୍ଲୀ,ରାଜନାପଲ୍ଲୀ ,ଜଗତପଲ୍ଲୀ, ନୂଆଁପଲ୍ଲୀ,ସିନ୍ଦରାପଲ୍ଲୀ,କମାପଲ୍ଲୀ,ବିପୁଳିଙ୍ଗୀ ଗ୍ରାମର ୭୦ ଜଣ ଗ୍ରାମୀଣ ମହିଳା ଯୋଗଦେଇ ନିଜ ନିଜର ସମସ୍ୟା ଉପସ୍ଥାପନ କରି ତାର ସମାଧାନ କରିବାକୁ ସ୍ଥାନୀୟ ପଂଚାୟତରାଜ ପ୍ରତିନିଧି ମାନଙ୍କୁ ଅନୁରୋଧ କରିଥିଲେ । ବିଶେଷକରି ମହିଳାମାନେ ବିଧବା ଭତ୍ତା,ଏକାକୀ ମହିଳା ଭତ୍ତା,ବିଜୁ ପକ୍କା ଘର ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପ୍ରଭୃତିରୁ ସେମାନେ ବଂଚିତ ଥିବାରୁ ତାହା ସେମାନଙ୍କୁ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ଆକ୍ସନଏଡର ସୁଦେଷ୍ଣା ସାହୁ ଓ ପୁଷ୍ପାଞ୍ଜଳୀ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ