ପଂଚାୟତରାଜ ବିଭାଗର ରାଜ୍ୟ ନିର୍ଦ୍ଦେଶକଙ୍କ ଦୁଇ ଦିନିଆ ଗଞ୍ଜାମ ଗସ୍ତ

ଛତ୍ରପୁର, (ଦେବଦତ୍ତ ମହାରଣା):ପଂଚାୟତରାଜ ବିଭାଗ ର ରାଜ୍ୟ ନିର୍ଦ୍ଦେଶକ (ସ୍ୱତନ୍ତ୍ର ପ୍ରକଳ୍ପ) ଅରିନ୍ଦମ ଡାକୁଆ ଗଞ୍ଜାମ ଜିଲ୍ଲା କୁ ଦୁଇ ଦିନିଆ ଗସ୍ତରେ ଆସି ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପ ଗୁଡିକ ବୁଲି ଦେଖିଛନ୍ତି । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୫ ଟି ରୂାପନ୍ତରିତ ୧୩୩ ଟି ହାଇସ୍କୁଲ କାର୍ଯ୍ୟକାରୀ ହୋଇଥିବା ବେଳେ ଦ୍ୱିତିୟ ପର୍ଯ୍ୟାୟରେ ୨୩୩ ଟି ହାଇସ୍କୁଲ କାର୍ଯ୍ୟକାରୀ ହେବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ଏହି ପରିପ୍ରେକ୍ଷୀରେ ସ୍କୁଲ ଗୁଡିକ କିପରି ଗୁଣାତ୍ମକ ଓ କ୍ୱାଲିଟି ଧରଣର କାର୍ଯ୍ୟ କରାଯିବ ସେଥି ନିମନ୍ତେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛନ୍ତି । ଏନେଇ ସ୍ଥାନୀୟ ଡିଆରଡିଏ ପରିସରରେ ୫ ଟି ରୂପାନ୍ତରିତ ହାଇସ୍କୁଲ ର ଏକ ଡେମୋ ପ୍ରଦର୍ଶନ କରାଯାଇଛି । ଆଜି ପ୍ରଥମ ଦିନରେ ଶ୍ରୀ ଡାକୁଆ ପ୍ରଥମେ ପ୍ରଦର୍ଶନ କରାଯାଇଥିବା ଡେମୋ ଏହି ୫ ଟି ରୂପାନ୍ତରିତ ହାଇସ୍କୁଲକୁ ବୁଲି ଦେଖିବା ସହ ଇ ଲାଇବ୍ରେରୀ, ସ୍ମାର୍ଟ ରୁମ, ସ୍ମାର୍ଟ ଶୌଚାଳୟ ସହ ବିଭିନ୍ନ କଠୋରୀ ପରିଦର୍ଶନ କରି କ୍ୱାଲିଟିର ମାନଦଣ୍ଡ ଦେଖିବା ସହ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି ପରିଦର୍ଶନ ବେଳେ ଡିଆରଡିଏ ପିଡି ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଏପିଡି ଜ୍ୟୋତି ଶଙ୍କର ରାଏ, ଆସିଷ୍ଟାଣ୍ଟ ଇଂଜିନିୟର ମନୋଜ କୁମାର ବେହେରା, ହେଡକ୍ୱାର୍ଟର କନିଷ୍ଠ ଯନ୍ତ୍ରୀ ଚନ୍ଦ୍ର ଶେଖର ଷଡଙ୍ଗୀ ଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ପରେ ଶ୍ରୀ ଡାକୁଆ ଜିଲ୍ଲାର କୁକୁଡାଖଣ୍ଡି, ଦିଗପହଣ୍ଡି, ସାନଖେମୁଣ୍ଡି ଓ ବୁଗୁଡା ବ୍ଲକ ଅଂଚଳରେ କାର୍ଯ୍ୟକାରୀ ହୋଇଥିବା ଗ୍ରାମୀଣ ଗୃହ, ରୁରାଲ ପାର୍କ, ମଡେଲ ଟ୍ୟାଙ୍କ, ଗାଇ ଗୁହାଳ ଓ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ