ପଂଚାୟତରେ ଖାଉଟି ସାମଗ୍ରୀ ବଂଟନରେ ଅନିୟମିତତା ବିଡିଓଙ୍କୁ ଅଭିଯୋଗ

ନାଉଗାଁ : ବ୍ଳକ ଅନ୍ତର୍ଗତ ରୋହିଆ ପଂଚାୟତରେ ଖାଉଟି ସାମଗ୍ରୀ ବଂଟନ ଠିକ ସମୟରେ ହେଉ ନଥିବା ଉକ୍ତ ପଂଚାୟତର ଖାଉଟି କାର୍ଡଧାରୀ ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ପଂଚାୟତର କମଳଲୋଚନ ମହାନ୍ତି, ଶୁଭେନ୍ଦୁ ବେହୁରା, ସୁବୋଧ ମହାନ୍ତି, ନିଳକଂଠ ମହାନ୍ତିଙ୍କ ସମେତ ୫୦ ଜଣ ସ୍ୱାକ୍ଷରିତ ଉକ୍ତ ଅଭିଯୋଗର ଏକକିତା ନକଲ କପି ନାଉଗାଁ ବ୍ଳକ ଅଧ୍ୟକ୍ଷ, ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କୁ ଜଣାଇଛନ୍ତି । ଅଭିଯୋଗ ମୁତାବକ ଏହି ପଂଚାୟତରେ ବିଭିନ୍ନ ରାଜସ୍ୱ ଗ୍ରାମରେ ଖାଉଟି ସାମଗ୍ରୀ ହିତାଧିକାରୀ ମାନେ ପଂଚାୟତ କାର୍ଯ୍ୟାଳୟରୁ ଖାଉଟି ସାମଗ୍ରୀ ନେଉଥିଲେ । ବର୍ତମାନ ଏହି ଖାଉଟି ସାମଗ୍ରୀ ଦାୟିତ୍ୱ ଅଲଣା ଗ୍ରାମର ବେଲବଣ ମହିଳା ସ୍ୱୟଂ ସହାୟୀକା ଦଳକୁ ପ୍ରଦାନ କରାଯାଇଛି । ସରକାରଙ୍କ ନିୟମାନୁସାରେ ପ୍ରତି ମାସ ୫ ତାରିଖରେ ସାମଗ୍ରୀ ବଂଟନ କରିବାର ନିୟମ ରହିଥିବା ବେଳେ ଉକ୍ତ ସ୍ୱୟଂ ସହାୟୀକା ଦଳ ଆଜି ପର୍ଯ୍ୟନ୍ତ ସାମଗ୍ରି ବଂଟନ କରୁନାହିଁ । ଏହି ଗ୍ରାମ ଠାରୁ ରୋହିଆ ଆଦି ଗ୍ରାମ ୧୨ କି.ମି ଦୂର ଅଟେ । ଯାହାଫଳରେ ସାମଗ୍ରୀ ଆଣିବା କଷ୍ଟ ସାଧ୍ୟ ଅଟେ । ଏହି ସ୍ୱୟଂ ସହାୟୀକା ଦଳ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଇଙ୍ଗିତରେ ଖାଉଟି ସାମଗ୍ରି ବଂଟନ ନକରି ଗଚ୍ଛିତ ରଖିଛନ୍ତି । ଯଦି ଏହି ପଂଚାୟତରେ ଖାଉଟି ସାମଗ୍ରୀ ଠିକ ଭାବେ ବଂଟନ ନହୁଏ ତେବେ ଏହି ପଂଚାୟତରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସହିତ ବ୍ଳକ ପ୍ରଶାସନର ଯୋଗଣ ବିଭାଗ ଏଥିପ୍ରତି ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଛି । ଏ ବିଷୟରେ ବ୍ଳକ ଯୋଗାଣ ବିଭାଗ ଅଧିକାରୀ ବିଜୟ କୁମାର ସିଂଙ୍କୁ ପଚାରିବାରୁ ଖାଉଟି ସାମଗ୍ରୀ ବଂଟନରୁ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଇସ୍ତଫା ଦେବା ପରେ ଉକ୍ତ ମାସରେ ଅସ୍ଥାୟୀ ଭାବେ ବଂଟନ ଦାୟିତ୍ୱ ପ୍ରଦାନ କରାଯାଇଛି । ୨୫ ତାରିଖ ମଧ୍ୟରେ ସାମଗ୍ରୀ ବଂଟନ ହେବା କଥା ଯଥା ଶୀଘ୍ର ବଂଟନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ