ପଂଚାୟତରେ ହେବ କଠିନ ବର୍ଜ୍ୟବସ୍ତୁ ପରିଚାଳନା
ହିଂଜିଳିକାଟୁ, (ଶେଷଦେବ ସାହୁ): ପରିବେଶ ପରିଚ୍ଛନ୍ନତା ସକାଶେ ସହରାଂଚଳ ପରି ଏଣିକି ଗ୍ରାମାଂଚଳରେ ମଧ୍ୟ କଠିନ ବର୍ଜ୍ୟବସ୍ତୁ ପରିଚାଳନା କରାଯିବ । ଗତ କିଛି ଦିନ ପୂର୍ବରୁ ହିଂଜିଳିକାଟୁ ପୌରାଂଚଳରେ କଠିନ ବର୍ଜ୍ୟବସ୍ତୁର ସଠିକ ପରିଚାଳନା ସକାଶେ ପ୍ରଶିକ୍ଷଣ ଶିବିର ମାଧ୍ୟମରେ ତାଲିମ ପ୍ରଦାନ କରାଯାଇ କଠିନ ବର୍ଜ୍ୟବସ୍ତୁର ପରିଚାଳନା କରାଯାଇଥିବା ବେଳେ ବର୍ତମାନ ଠାରୁ ଗ୍ରାମାଂଚଳରେ ମଧ୍ୟ କଠିନ ବର୍ଜ୍ୟବସ୍ତୁ ପରିଚାଳନା କରାଯିବ ବୋଲି ବିଡ଼ିଓ ପ୍ରସନ୍ନ କୁମାର ପାତ୍ର କହିଛନ୍ତି । ହିଂଜିଳିକାଟୁ ବ୍ଳକର ନନ୍ଦିକ ପଂଚାୟତକୁ ମଡ଼େଲ ପଂଚାୟତ ଭାବେ ଚିହ୍ନଟ କରାଯାଇଛି । ଜିଲ୍ଲାର ବିଭିନ୍ନ ବ୍ଳକରେ ଏହି ଯେ୍ଧକ୍ସନାର ସଫଳ ରୁପାୟନ ସକାଶେ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯାଇଛି । ବ୍ଳକ ଓ ପଂଚାୟତ ସ୍ତରରେ ମଧ୍ୟ କମିଟି ଗଠନ କରାଯିବ । ଗ୍ରାମାଂଚଳରେ କେତେ ପରିମାଣରେ ଦୈନିକ ଘର ପିଛା ବର୍ଜ୍ୟବସ୍ତୁ ବାହାରୁଛି, ପ୍ରତି ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ କମିଟିରେ ନିଷ୍ପତି ଗ୍ରହଣ କରାଯିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପାତ୍ର କହିଛନ୍ତି । ଏଥି ପାଇଁ ସରକରଙ୍କ ପକ୍ଷରୁ ଗାଇଡ଼ଲାଇନ ପ୍ରସ୍ତୁତ କରାଯାଇଛି । ବର୍ଜ୍ୟବସ୍ତୁର ବିଛିନ୍ନକରଣ ପାଇଁ ଜନସାଧାରଣଙ୍କୁ କର୍ମଶାଳା ମାଧ୍ୟମରେ ସଚେତନ କରାଯିବ । ପ୍ରତ୍ୟେକ ଘରୁ ଏଥି ପାଇଁ ଦୈନ÷କ ୧୦ ଟଙ୍କା ସଂଗ୍ରହ କରାଯବି ବୋଲି ଗାଇଡ଼ ଲାଇନ ହୋଇଛି । ହିଂଜିଳିକାଟୁ ବ୍ଳକର ମଡ଼େଲ ପଂଚାୟତ ଭାବେ ଚିହ୍ନଟ କରାଯାଇଥିବବା ନନ୍ଦିକ ପଂଚାୟତରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟକ୍ଷମ କରାଯିବା ପରେ ପରବର୍ତୀ ସମୟରେ ବ୍ଳକର ଅବଶିଷ୍ଟ ପଂଚାୟତ ଗୁଡ଼ିକରେ ପ୍ରଚଳନ କରାଯିବ ବୋଲି ଜଣାପଡ଼ିଛି ।


