ପଂଚାୟତ କାର୍ଯ୍ୟାଳୟରେ ଝୁଲିଲା ତାଲା
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍) :ନାଉଗାଁ ପଞ୍ଚାୟତର ନାଉଗାଁ ବ୍ଲକରେ ଦୀର୍ଘ ୬ ବର୍ଷ ହେଲା ବିନା ନିଲାମରେ ସରକାରୀ ପଂଚାୟତ କାର୍ଯ୍ୟାଳୟ ଗୁଡିକ ଭଡା ସୂତ୍ରରେ ବ୍ୟବସାୟୀ ମାନଙ୍କୁ ପ୍ରଦାନ କରାଯାଇଥିଲ।। ବ୍ୟବସାୟୀ ମାନେ ସିମେଣ୍ଟ ,ଲୁହାରଡ,ସାର ରଖି ବ୍ୟବସାୟ ଚଳାଇଥିଲେ । ଉକ୍ତ ଗୃହଗୁଡିକୁ ଖାଲି କରିବା ନିମନ୍ତେ ପଂଚାୟତ ତରଫରୁ ୪ ଥର ନୋଟିସ ଜାରୀ କରାଯାଇଥିଲା ।କିନ୍ତୁ ବ୍ୟବସାୟୀ ମାନେ ଖାଲି କରିନଥିଲେ ।ସେମାନଙ୍କୁ ସରକାରୀ ତରଫରୁ ଜୁଲାଇ ୨୬ ତାରିଖରେ ଜିନିଷ ଖାଲିକରିବା ପାଇଁ କୁହାଯାଇଥିଲା ।ବ୍ୟବସାୟୀ ମାନେ ଖାଲିକରିନଥିବାରୁ ଜଗତସିଂହପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ମ୍ୟାଜଷ୍ଟେଟ ଭାବେ ନାଉଗାଁ ଅତିରିକ୍ତ ତହସିଲଦାର ନେତ୍ରାନନ୍ଦ ବେହେରା, ବିଡିଓ ରଶ୍ମିରେଖା ମଲ୍ଲିକଙ୍କ ଉପସ୍ଥିତିରେ ସିମେଣ୍ଟ ଓ ଲୁଡା ଖାଡି ,ସାର ଆଦି ଖାଲି କରାଯାଇ ପ୍ରଶାସନ ପକ୍ଷରୁ ତାଲା ପକାଯାଇଛି । ଗୃହ ଗୁଡିକୁ ନିଲାମ ଦେବାର ପ୍ରକ୍ରିୟା ରହିଥିବା ବେଳେ କିପରି ରୁମ୍ ଗୁଡିକ ଭଡା ଆକାରରେ ଦିଆଗଲା ତାହା ତଦନ୍ତ କରି ଦୋଷୀ ବିରୋଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।