ପଂଚାୟତ କାର୍ଯ୍ୟାଳୟର ଚାବି ଓ ଚେକ ବହି ହଜିଥିବାକୁ ନେଇ ଅଭିଯୋଗ

ନାଉଗାଁ : ବ୍ଲକ ଅଧିନ ଅଲଣା ଓ ନୁଆଗାଁ ପଂଚାୟତ କାର୍ଯ୍ୟାଳୟର ଚାବି,ଚେକ ବହି ଓ ଅନ୍ୟାନ ଗୁରୁତ୍ୱ ପୂର୍ଣ୍ଣ କାଗଜ ପତ୍ର ହଜିବାକୁ ନେଇ ପଂଚାୟତ ଅଧିକାରୀ ଅଭିରାମ ନନ୍ଦ ବାଲିକୁଦା ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ବୁଧବାର ଦିନ ପ୍ରାୟ ୧୨ଟା ସମୟରେ ଉକ୍ତ ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିରାମ ନନ୍ଦ ପଂଚାୟତର ଆବଶ୍ୟକ ଥିବା ବିଲ ଟଙ୍କା ଉଠାବା ପାଇଁ ବାଲିକୁଦା ଇକୋ ବ୍ୟାଙ୍କ ଯାଇଥିଲେ । ସେଠାରୁ ୬୦ ହଜାର ଟଙ୍କା ଉଠାଇ ବ୍ୟାଗରେ ରଖିଥିଲେ । ଏହାପରେ ଫେରିବା ସମୟରେ କିଛି ବାଟରେ ଦେଖିଲା ବେଳକୁ ବ୍ୟାଗଟି କେଉଁଠି ପଡିଯାଇଛି । ବାଟରେ ବହୁତ ଖୋଜା ଖୋଜା କରିଥିଲେ ମଧ୍ୟ ପାଇ ନଥିଲେ । ଏହାପରେ ନିକଟସ୍ଥ ବାଲିକୁଦା ଥାନାରେ ଅଭିଯୋଗ କରିଥିଲେ । ଏହି ବ୍ୟାଗରେ ଉଭୟ ପଂଚାୟତର ପାଶ ବହି ଓ ଚେକ ବହି ଥିବା ବେଳେ ନିଜର ବ୍ୟକ୍ତିଗତ ପାଶ ବହି ଓ ଚେକ ବହି ସହିତ ଉଭୟ କାର୍ଯ୍ୟାଳୟର ଚାବି ଥିବା ଅଭିଯୋଗରେ ଦର୍ଶାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ