ପଂଚାୟତ କାର୍ଯ୍ୟାଳୟର ତାଲା ଭାଙ୍ଗି ଚୋରି ଅଭିଯୋଗ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକ ଅନ୍ତର୍ଗତ ବଛାଳୋ ପଂଚାୟତ କାର୍ଯ୍ୟାଳୟ ର ତାଲା ଭାଙ୍ଗା ଯାଇ ଚୋରି ଯାଇଥିବା ରବିବାର ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।ପଂଚାୟତର ସରପଂଚ ନରୋତମ କାଣ୍ଡି ଙ୍କ ଅଭିଯେଗା ମୁତାବକ ଶନିବାର ବିଳମ୍ବିତ ରାତିରେ କେହି ଦୁବୃତ ପଂଚାୟତ କାର୍ଯ୍ୟାଳୟର ତାଲା ଭାଙ୍ଗିବା ସହିତ ଘର ମଧ୍ୟର ଥିବା ଆଲମିରାର ତାଲା ଭାଙ୍ଗି ବହୁ ଗୁରୁତ୍ୱପୂନ୍ନ କାଗଜପତ୍ର ନେଇଯାଇଛି । ଏହାର ତଦନ୍ତ କରାଯିବା ସହିତ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଅଭିଯୋଗରେ ଦର୍ସାଇଛନ୍ତି । ଏହାର ଏକକିତା ନଲକ କପି ବିଡିଓ ଙ୍କ ଅବଗତି ନିମନ୍ତେ ପ୍ରେରଣ କରାଯାଇଛି ।ଏସଂପର୍କରେ ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କର ଙ୍କୁ ପଚାରିବାରେ ତଦନ୍ତ ଚାଲୁ ରହିଥିବା ପ୍ରକାଶ କରିଛନ୍ତି ।


