ପଂଚାୟତ ନିର୍ବାଚନଠୁ ବଳିଗଲା ଗାଁ ସାଥି ନିଯୁକ୍ତି ଚୟନ

ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା): ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଛିତ କର୍ମ ନଯୁକ୍ତି ଯୋଜନାରେ ଜବକାର୍ଡ ମାଧ୍ୟମରେ ୧୦୦ଦିନ କାମ ପାଇବା ନେଇ ଜାହିର କରିବା ନିମନ୍ତେ ସ୍ୱଂୟ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ଏହି କାର୍ଯ୍ୟରେ ଅଧିକରୁ ଅଧିକ ସ୍ୱାବଲମ୍ବୀ କରି ରୋଜଗାର କ୍ଷମ କରିବା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ଏବେ ଭିନ୍ନ ପ୍ରୟାସ ଆରମ୍ଭ କରିଛନ୍ତି । ୨୦୦୫ ମସିହାରେ ପ୍ରଣୟନ କରିଥିବା ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଛିତ କର୍ମ ନଯୁକ୍ତି ଯୋଜନା ପ୍ରତ୍ୟେକ ଜବକାର୍ଡ ହିତାଧିକାରୀ ମାନେ କେମିତି ନିୟମିତ କାମ ପାଇପାରିବେ ଓ କେମିତି କାମ ପାଇବାକୁ ଅଧିକାର ଜାହିର କରିପାରିବେ ଜଣେ ଶିକ୍ଷକ ଯୁବକଙ୍କୁ ଗାଁ ଗାଁରେ ସାଥି ଭାବେ ନିଯୁକ୍ତି ଦେଇ ତାଦ୍ୱାରା ଜବକାଡ ହିତାଧିକାରୀଙ୍କୁ କାମ ୧୦୦ଦିନ ପାଇବା ପାଇଁ ପରିଚାଳନା କରିବାକୁ ନିଷ୍ପତି ହୋଇ କାମ ଚାଲିଥିବା ସତ୍ୱେ ପୁଣି ଏହି ଯୋଜନାରେ ଆଉ ଏକ ନିଷ୍ପତି ନେଇ ମହିଳା ମାନଙ୍କୁ ରୋଜଗାର କ୍ଷମ କରିବାକୁ ଅଧିକାର ପ୍ରଦାନ କରିଛନ୍ତି ଓ ଗୋଟିଏ ୱାଡରେ ଦୁଇଜଣ ଶିକ୍ଷିତ ମହିଳାଙ୍କୁ ୧ନଂଓ ୨ନଂ ଗାଁ ସାଥି ଭାବେ ନିଯୁକ୍ତି ଦେଇ ସେମାନଙ୍କ ଦ୍ୱାରା ସମସ୍ତ ମହିଳଙ୍କୁ ଜବକାଡରେ ୧୦୦ଦିନ କାମ ପାଇବା ପାଇଁ ପ୍ରତି ପଂଚାୟତ ୱାର୍ଡରେ ନିଯୁକ୍ତି ପାଇଁ ଆବେଦନ କରିବା ପରେ ପଂଚାୟତ ନିର୍ବାହୀ ଅଧିକାରୀ ,ସରପଂଚ ,ଓ ଗ୍ରାମ ରୋଜଗାର ସେବକ ୱାଡ ମେମ୍ବରଙ୍କ ଉପସ୍ଥିତିରେ ପଲ୍ଲିସଭା ମାଧ୍ୟମରେ ସରକାରୀ ନିୟମ ପ୍ରକାରେ ସେମାନଙ୍କୁ ଚୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ହେଲେ ସବୁଠୁ ବଡ ଆଶ୍ଚର୍ଯ୍ୟ କଥାଯେ, ଏହି ପଦବୀର ନିଯୁକ୍ତିନେଇ ଅନେକ ପଂଚାୟତ ଆବେଦନକାରୀ ଓ ଆଶାୟୀଙ୍କ ମଧ୍ୟରେ ଜୋରଜାର ରାଜନିତୀ ଦେଖିବାକୁ ମିଳିଛି । ଏମିତି ରାଜନିତୀ ହେଉଛି ଯାହାକି ପଂଚାୟତ ରାଜନିତୀରେ ଦେଖିବାକୁ ମିଳୁନାହିଁ । ଆବେଦନକାରୀ ଆଶାୟୀ ପାର୍ଥୀମାନେ ପଲ୍ଲୀସଭାରେ ଯେମିତି ଲୋକମାନେ ନିଜ ସପକ୍ଷରେ ସମର୍ଥନ କରିବେ ସେନେଇ କିଏ ଲୋକଙ୍କୁ ଟଙ୍କା ବାଂଟିଛନ୍ତି ତ ଆଉ କିଏ ମଦ ମାଂସ ଭୋଜୀ ଭାତରେ ଲୋକଙ୍କୁ ମୋହିତ କରି ପଦବୀ ହାତେଇବାକୁ ଲାଗିପଡିଛନ୍ତି । ହେଲେ ଏଥିରେ ଯେଉଁ ଗରିବ ଶିକ୍ଷିତ ମହିଳା ବହୁ ଆଶାନେଇ ଆବେଦନ କରିଥାଉଛି ତାର ଆଶା ମଉଳି ଯାଉଛି । ବର୍ତମାନ କନ୍ଧମାଳ ଜିଲ୍ଲାର ଖଜୁରୀପଡା ବ୍ଳକରେ ଏହି ନିଯୁକ୍ତି ଚୟନ ପଲ୍ଳିସଭା ଜାରି କରିଥିବାବେଳେ ବ୍ଳକର କେତେ ପଂଚାୟତର ୱାର୍ଡ ଗୁଡିକରେ ଏହି ନିଯୁକ୍ତି ଚୟନ ଏଭଳି ଚାଲୁ ରହି ସମାପ୍ତ ହୋଇଥିବା ବେଳେ ଆଉ କେତେକ ପଂଚାୟତରେ ଏହି ସବୁ କାର୍ଯ୍ୟ ଜାରୀ ରହିଛି । ଏଭଳି ହେବା ଦ୍ୱାରା କେତେକ ଜାଗରେ ଅପ୍ରିୟତା ଦେଖାଦେଇଛି  ଲୋକଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହେଲାଭଳି ଦେଖିବାକୁ ମିଳୁଛି । ଯୋଗ୍ୟତା ଭିତିରେ ଓ ମାର୍କ ବେସିସରେ ନିଯୁକ୍ତି କରାଯିବାକୁ ସରକାରୀ ନିୟମ ରଖାଯାଇଥିଲେ ଏଭଳି ରାଜନୀତି ହୋଇନଥାନ୍ତା ବୋଲି ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ