ପଂଚାୟତ ନିର୍ବାହୀ ଅଧିକାରୀମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉନି
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜିଲ୍ଲାର ବ୍ଲକ ଗୁଡିକ ଅଧିନ ବିଭିନ୍ନ ପଂଚାୟତରେ କାର୍ଯ୍ୟରତ ପଂଚାୟତ ନିର୍ବାହୀ ଅଧିକାରୀମାନଙ୍କୁ କୋଭିଡ -୧୯ ଅନ୍ତର୍ଗତ ଆବଶ୍ୟକ ସୁରକ୍ଷା ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉନଥିବାର ଦେଖିବାକୁ ମିଳିଛି । ଏହି ପଂଚାୟତ ନିର୍ବାହୀ ଅଧିକାରୀମାନେ ଦୈନିକ ପୂର୍ବାହ୍ନ ପ୍ରାୟ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ପଂଚାୟତ ଗୁଡିକରେ ଭତ୍ତା, ଆର୍ଥିକ ସହାୟତା ପ୍ରଭୃତି ଘରକୁ ଘର ବୁଲି ବୀତରଣ କରୁଥିବାର ଦେଖିବାକୁ ମିଳିଛି । କିନ୍ତୁ ସେମାନଙ୍କୁ ଗ୍ଲୋବସ, ମାସ୍କ ଓ ସାନିଟାଇଜର ପ୍ରଭୃତି ପ୍ରଶାସନ ବା ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇନଥିବାର ଦେଖିବାକୁ ମିଳିଛି । ଫଳରେ ସେମାନେ ସୁରକ୍ଷିତ ରହୁନଥିବା ଦେଖାଯାଇଛି । ଏଭଳି ପରିସ୍ଥିତିରେ କୋଭିଡ – ୧୯ ଅନୁଯାଇ ସେମାନଙ୍କୁ ଆବଶ୍ୟକ ସୁରକ୍ଷା ପ୍ରଦାନ କରାଯିବା ନିମନ୍ତେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।