ପଂଚାୟତ ପୋଖରୀ ନିଲାମ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ରାଜ୍ୟ ସରକାର ଚଳିତ ବର୍ଷ ବିଭିନ୍ନ ପଞ୍ଚାୟତ ପୋଖରୀ ଗୁଡିକୁ ଅଗ୍ରାଧିକାର ଭିତ୍ତିରେ ମହିଳା ଏସଏଚଜିଙ୍କୁ ନିଲାମ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ବିଷ୍ଣୁପୁର ପଂଚାୟତ ଅଧିନ ୬ଗୋଟି ପୋଖରୀ ନିଲାମ ପାଇଁ ମହିଳା ଗୋଷ୍ଠୀଙ୍କୁ ସୂଚନା ଦିଆଯାଇଛି । ସରପଞ୍ଚ ଅମୂଲ୍ୟ ନାୟକ ଙ୍କ ଉପସ୍ଥିତିରେ ଆଜି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗୋଟିଏ ପୋଖରୀକୁ ଏକ ବର୍ଷ ପାଇଁ ମହିଳା ଏସଏଚଜିକୁ ନିଲାମ ଆକାରରେ ଦିଆଯାଇଛି । ଏଥିରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ନରେନ୍ଦ୍ର କୁମାର ରାଉତ, ପଂଚାୟତ ମହାସଂଘ ସଭାନେତ୍ରୀ ସଂକୁନ୍ତଳା ସାମଲ, ସମ୍ପାଦିକା ସୁଜାତା ଦାସ, ଏମବିକେ ମିନତୀ ପଣ୍ଡା, ନାଏବ ସରପଞ୍ଚ ରେବତୀ ପଣ୍ଡା, ଦେବସ୍ମିତା ଜେନା, ପୁଷ୍ପାଞ୍ଜଳୀ ବିଶ୍ୱାଳ, ମମିନା ଦଳେଇ, ଶୁଭଦ୍ରା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବାକି ପାଞ୍ଚ ଗୋଟି ପୋଖରୀକୁ ପର୍ଯ୍ୟାୟ କ୍ରମେ ଏସ ଏଚ ଜି ଗୋଷ୍ଠୀକୁ ନିଲାମ ଦିଆଯିବ ବୋଲି ସୂଚନା ମିଳିଛି ।


