ପଂଚାୟତ ସମିତିର କରୋନା ଭୂତାଣୁ ସମ୍ପର୍କୀତ ସ୍ୱତନ୍ତ୍ର ବୈଠକ

କେନ୍ଦ୍ରାପଡା :ପଂଚାୟତ ସମିତିର ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ବୁଧବାର ପୂର୍ବାହ୍ନରେ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ, ବିଡିଓ ସୁଧିର କୁମାର ସିଂ, ସହକାରୀ ଯନ୍ତ୍ରୀ ପରମାନନ୍ଦ ନାୟକ, ଜନସ୍ୱାସ୍ଥ୍ୟ ଅଧିକାରୀ ଜୟନ୍ତ କୁମାର ରାଉତରାୟ, ଗ୍ରାମପଂଚାୟତ ସଂପ୍ରସାରଣ ଅଧିକାରୀ ଅନିରୁଦ୍ଧ ବେହେରା ପ୍ରମୁଖ ଯୋଗଦେଇଥିଲେ । ବ୍ଲକ ଅଧ୍ୟକ୍ଷ ଶ୍ରୀ ଧଳ କହିଥିଲେ ଯେ ଆଜି ସାରା ବିଶ୍ୱ କରୋନା ଭୂତାଣୁ ଭଳି ମହାମାରିକୁ ନେଇ ଚିନ୍ତିତ ଥିବା ବେଳେ ଓଡିଶା ସରକାର ଯେଉଁଭଳି ଭାବରେ ଜନସଚେତନତା କାର୍ଯ୍ୟକାରୀ କରିବାକୁ ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାରେ ପଂଚାୟତ,ବ୍ଲକ ଓ ଜିଲ୍ଲା ପରିଷଦରେ ସ୍ୱତନ୍ତ୍ର ବୈଠକ କରାଯାଇ ପ୍ରତିନିଧିମାନଙ୍କୁ ସଚେତନ କରାଇବା ସହ ସେମାନେ ସଚେତନତା ସୃଷ୍ଟି କରି ଲୋକମାନଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ରୋକା ଯାଇପାରିବ ସେଥିପ୍ରତି ସମସ୍ତେ ଗୁରୁତ୍ୱ ସହକାରେ ଚିନ୍ତାକରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଜନସ୍ୱାସ୍ଥ୍ୟ ଅଧିକାରୀ ରାଉତରାୟ ସ୍ୱାସ୍ଥ୍ୟରକ୍ଷା ଓ କରୋନା ଭୂତାଣୁର ପ୍ରତିକାର ସମ୍ପର୍କରେ ବିଷଦ ଭାବେ ସମସ୍ତଙ୍କୁ ଅବଗତ କରିଥିଲେ । ଗ୍ରାମପଂଚାୟତ ସଂପ୍ରସାରଣ ଅଧିକାରୀ ବେହେରା କିଭଳି ଗ୍ରାମପଂଚାୟତ ସ୍ତରରେ ବ୍ୟାପକ ଭାବେ ସଚେତନତା ସୃଷ୍ଟି ହେବା ସହ ବାହାରୁ ଆସୁଥିବା ଲୋକମାନଙ୍କ ସମ୍ପର୍କରେ ତୁରନ୍ତ ଅବଗତ କରିବାକୁ ଉପସ୍ଥିତ ସରପଂଚମାନଙ୍କୁ ଅନୁରୋଧ କରିଥିଲେ । ଏହି ବୈଠକରେ ସମସ୍ତ ସରପଂଚ, ସମିତିସଭ୍ୟ, ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା, କନିଷ୍ଠ ଯନ୍ତ୍ରୀ, ଗ୍ରାମରୋଜଗାର ସେବକ, ପଂଚାୟତ ନିର୍ବାହୀ ଅଧିକାରୀ, ସମନ୍ୱିତ ଶିଶୁ ବିକାଶ ଯୋଜନାର ସମସ୍ତ କ୍ଷେତ୍ରପରିଦର୍ଶିକାଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ