ପଂଚାୟତ ସମିତିର ସାଧାରଣ ବୈଠକ : ବୃକ୍ଷରୋପଣ ସକାଶେ ଗୁରୁତ୍ୱାରୋପ

ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ପଂଚାୟତ ସମିତି କାର୍ଯ୍ୟାଳୟ ସଭାକକ୍ଷ ଗୃହରେ ବୁଧବାର ଦିନ ସ୍ଥାନୀୟ ପଂଚାୟତ ସମିତିର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିମନ୍ତ୍ରିତ ଅତିଥି ଭାବେ ୍ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ଉପାଧ୍ୟକ୍ଷ ଗିତାଂଜଳି ପଣ୍ଡା, ତହସିଲଦାର ଗୋପିନାଥ କୁଅଁର, ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ହୋତା, ଏବିଡ଼ିଓ ଧରଣୀଧର ଭୂୟାଁ ପ୍ରମୁଖ ମଂଚାସୀନ ଥିଲେ । ବୈଠକରେ ବ୍ଳକର ବହୁ ଗ୍ରାମ ପଂଚାୟତର କ୍ଷେତ୍ର ପରିଦର୍ଶନ କରାଯାଇ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ବହୁ ଉନ୍ନୟନ ମୂଳକ କାର୍ଯ୍ୟ କିପରି କରାଯାଇପାରିବ ସେ ନେଇ ବେଅ÷କରେ ମତ ପ୍ରକାଶ ପାଇଥିଲା । ଗଂଜାମ ଜିଲ୍ଲାପାଳଙ୍କ ନାରା ରହିଥିବା ‘ଶିଶୁ ଟିଏ – ବୃକ୍ଷ ଟିଏ ‘ ସ୍ଳୋଗାନକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରତ୍ୟେକ ଶିଶୁ ମାନେ ଯେପରି ଭାବେ ନିଜ ନିଜ ଘରର ବାରିପଟେ ଏକ ଗଛ ଲଗାଇବା ସହ ତାର ଉପଯୁକ୍ତ ଯତ୍ନ ନେବ, ସେ ନେଇ ଉପସ୍ଥିତ ବିଭିନ୍ନ ବିଭାଗୀୟ ଅଧିକାରୀ ସମେତ ଉପସ୍ଥିତ ସରପଂଚ, ସମିତିସଭ୍ୟ ଓ ୱାର୍ଡ଼ ସଭ୍ୟ ମାନଙ୍କୁ ଅନୁରୋଧ କରାଯାଇଥିଲା । ଗ୍ରାମ ପଂଚାୟତ ଅଧିକାରୀ ସିମାଂଚଳ ପ୍ରଧାନ ପୂର୍ବ ବୈଠକରେ ନିର୍ଦ୍ଧାରିତ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ବୈଠକରେ ବହୁ ସରଂପଚ, ସମିତିସଭ୍ୟ, ସଭ୍ୟା, ୱାର୍ଡ଼ ସଭ୍ୟ, ସଭ୍ୟା ସମତେ ସହକାରୀ କୃଷି ଅଧିକରୀ ପ୍ରଶାନ୍ତ କୁମାର ନାଥ, ଅମର ପ୍ରସାଦ ସାହୁ, ପୂର୍ତ ବିଭାଗୀୟ ସହକାରୀ ଯନ୍ତ୍ରୀ ଲଡ଼ୁକିଶୋର ପଣ୍ଡା, ପ୍ରଶରୀ ଚିକିତ୍ସକ ଲମ୍ବୋଦର ମହାପାତ୍ର, ଡ଼ାକ୍ତର ମାଧବ କୁମାର ସାହୁ, ସବରେଜିଷ୍ଟାର କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଲଡ଼ୁକିଶୋର ପାତ୍ର, ରାଜସ୍ୱ ନିରୀକ୍ଷକ ସୁପରଭାଇଜର ଏସ. ପୁରୁଷୋତମ ରେଡ୍ଡି, ସିମାଂଚଳ ସ୍ୱାଇଁ, ତାରା ପ୍ରସାଦ ମିଶ୍ର, ଫରେଷ୍ଟର ପ୍ରଦୀପ କୁମାର ପଣ୍ଡାଙ୍କସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ